jayashree

ଇଣ୍ଡିଆ ଏଆଇ ମିଶନର ୭ଟି ଖମ୍ବ ଉପରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱାରୋପ

  • ଫ୍ୟୁଚର ସ୍କିଲସ ପ୍ଲାଟଫର୍ମ ଲାଗି ୮.୬ ଲକ୍ଷ ପ୍ରାର୍ଥୀଙ୍କ ନାମ ଲେଖା
  • ଟାଏର ୨ ଓ ଟାଏର ୩ ସହରରେ ଏଆଇ ଲାବ, ୫ଜି ଲାବ, ଷ୍ଟାର୍ଟ ଅପ, ସେମିକଣ୍ଡକ୍ଟର ତାଲିମ ବ୍ୟବସ୍ଥା

ନୂଆଦିଲ୍ଲୀ, (ପିଆଇବି) : ଲୋକସଭାରେ ଏଆଇ ପ୍ରଶାସନ ଓ ବିକାଶ ସମ୍ପର୍କରେ ସଂସଦୀୟ ପ୍ରଶ୍ନର ଉତର ଦେଇ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏଆଇ ପ୍ରଯୁକ୍ତି ବିଦ୍ୟାର ସାର୍ବଜନୀକରଣ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ୭ଟି ଖମ୍ବ ଉପରେ ପର୍ଯ୍ୟବସିତ ଇଣ୍ଡିଆ ଏଆଇ ମିଶନର ରୂପାନ୍ତରିତ ପ୍ରଭାବ ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସଂସଦୀୟ ପ୍ରଶ୍ନର ଉତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରାୟ ୮.୬ ଲକ୍ଷ ପ୍ରାର୍ଥୀ ଫ୍ୟୁଚର ସ୍କିଲସ ପ୍ଲାଟର୍ଫମ ଲାଗି ନିଜ ନାଁ ଲେଖେଇଛନ୍ତି । ଟାଏର ୨ ଓ ଟାଏର ୩ ସହରକୁ ମଜଭୂତ କରିବା ଲକ୍ଷ୍ୟରେ ଏହି ଯାନ୍ତ୍ରିକ ପ୍ରଯୁକ୍ତି ବିଦ୍ୟାକୁ ବିକେନ୍ଦ୍ରୀକରଣ କରାଯାଇଥିବା କଥା କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଗୋରଖପୁର, ଲକ୍ଷନୌ, ସିମଲା, ଔରଙ୍ଗାବାଦ, ପାଟନା, ବକ୍ସର, ମୁଜାଫରପୁର ପରି ସହରରେ ଏଆଇ ଡାଟା ଲାବ ପ୍ରତିଷ୍ଠା କରାଯାଇଥିବା ସେ କହିଛନ୍ତି । ସରୋ ଦେଶରେ ଷ୍ଟାର୍ଟ ଅପ, ଏଆଇ ଲାବ, ୫ ଜି ଲାବ, ସେମି କଣ୍ଡକ୍ଟର ତାଲିମ ବ୍ୟବସ୍ଥା ପରି ବିଭିନ୍ନ କ୍ଷେତ୍ରରେ ସରକାରଙ୍କର ପ୍ରତିବଦ୍ଧତା ରହିଥିବା କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଲଜିଷ୍ଟିକ୍ସ ଓ ଅର୍ଥ ପରି ବିଭିନ୍ନ କ୍ଷେତ୍ରରେ ଏଆଇର ବିକାଶ ଦିଗରେ ସରକାର କାମ କରୁଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ବିଭିନ୍ନ କ୍ଷେତ୍ରରେ ଏଆଇର ସିଧାସଳଖ ପ୍ରଭାବ ରହିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.