jayashree

ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସହାୟତାରେ ଓ ଶିଳ୍ପ ନିର୍ଦେଶାଳୟ ଓଡ଼ିଆ ଭୁବନେଶ୍ୱରଙ୍କ ଜରିଆରେ ଏବଂ ସମ୍ବଲପୁରୀ ବସ୍ତ୍ରାଳୟଙ୍କ ତତ୍ବାବଧାନରେ ପଦମପୁର ବ୍ଳକର ଘନାମାଲ ଓ ଖଇରପାଲି ଗ୍ରାମରେ ସୁତା ରଙ୍ଗେଇ ତାଲିମ ଶିବିରକୁ ବରଗଡ ଏଡ଼ିଟି ତଥା ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଦାଶଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଶ୍ରୀ ଦାଶ ପଦ୍ମଶ୍ରୀ କୃତାର୍ଥ ଆଚାର୍ୟ ଓ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଦେଇ ତଥା ଫିତା କାଟି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ସମ୍ବଳପୁରୀ ବସ୍ତାଳୟ ସମ୍ପାଦକ ସାନ୍ତନୁ କୁମାର ମେହେର, ମୁଖ୍ୟ ବକ୍ତା ଡବ୍ଲ୍ୟୁ ସମ୍ପୁର୍ଣ୍ନାନନ୍ଦ ପଧାନ, ସମ୍ମାନିତ ଅତିଥି ଉନ୍ନୟନ ଅଧିକାରୀ ଦୀନବନ୍ଧୁ ନାଏକ ଓ ପ୍ରଶିକ୍ଷକ ସୁଦର୍ଶନ ଯାଦବ ଯୋଗ ଦେଇଥିଲେ । ସଭାକୁ ପରିଚାଳନା କରିଥିଲେ ଖଇରପାଲି ବ୍ରାଞ୍ଚ ମେନେଜର ଜଗଦୀଶ ଲୁହା । କାର୍ୟ୍ୟକ୍ରମ ଦୁଇଟିରେ କୋଡିଏ ଜଣ ଲେଖାଏଁ ବୁଣାକାରଙ୍କୁ ଦୁଇ ମାସ ତାଲିମ ପ୍ରଦାନ ପରେ ମାନପତ୍ର ସହ ରଙ୍ଗେଇ ସରଞ୍ଜାମ ଦିଆଯିବ ।ସଭାଶେଷରେ ବୁଣାକାର ସନ୍ତୋଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ବସ୍ତ୍ରାଳୟ କର୍ମଚାରୀ ଯୁବରାଜ ମେହେର ସହଯୋଗିତା କରିଥିଲେ । କିଛି ବୁଣାକାରଙ୍କୁ ତନ୍ତ ଓ ତନ୍ତସରଞାମ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.