csstore

ଜିଲ୍ଲା ସ୍ତରୀୟ ୧୦୦ ଦିନିଆ ସ୍ୱତନ୍ତ୍ର ଯକ୍ଷ୍ମା ମୁକ୍ତ ଅଭିଯାନ ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସ୍ତରୀୟ ୧୦୦ ଦିନିଆ ଯକ୍ଷ୍ମା ମୁକ୍ତ ସ୍ୱତନ୍ତ୍ର ଅଭିଯାନ ଆଜି ଜିଲ୍ଲା ମୁଖ୍ୟ ଭେଷଜ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁଙ୍କ ଦ୍ୱାରା ଶୁଭ ଉଦ୍‌ଘାଟନ ହୋଇଯାଇଛି । ପ୍ରଚାର ପ୍ରସାର କରିବା ପାଇଁ ଆଜି ତିନିଗୋଟି ସଚେତନତା ଗାଡି ମୁଖ୍ୟ ଭେଷଜ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରଯାଇଥିଲା । ଏହା ପରେ ଏକ ଜିଲ୍ଲା ସ୍ତରୀୟ ସଚେତନତା ସଭା ଜାତୀୟ ସ୍ୱାସ୍ଥ୍ୟ ମିଶନ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିନିଧ୍, ରାଜ୍ୟ ସଭା ସାଂସଦଙ୍କ ପ୍ରତିନିଧି, ଜିଲ୍ଲା ମୁଖ୍ୟ ଭେଷଜ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ରମେଶ ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡ଼ା. ସିଦ୍ଧେଶ୍ଵର ମାଝୀ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡ଼ା. ନମିତା ମିଶ୍ର, ଜିଲ୍ଲା ପ୍ରକଳ୍ପ ପରିଚାଳକ (ଜାତୀୟ ସ୍ୱାସ୍ଥ୍ୟ ମିଶନ) ମୃତ୍ୟୁଞ୍ଜୟ ମୁଣ୍ଡ ଉପସ୍ଥିତ ରହି କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଶାକର୍ମୀ ମାନଙ୍କୁ ବୁଝାଇଥିଲେ । ଏହି ୧୦୦ ଦିନିଆ ଯକ୍ଷ୍ମା ମୁକ୍ତ ଅଭିଯାନରେ ତିନିଗୋଟି ଗାଡି ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ଓ ପ୍ରସାର କରିବା ସହିତ ଏ ସମ୍ପର୍କିତ ସଚେତନତା ପତ୍ରିକା ଗାଁ ଗାଁରେ ବଣ୍ଟନ କରିବେ । ଆଶା କର୍ମୀମାନେ ଘରକୁ ଘର ବୁଲି ସନ୍ଦିଗ୍ଧ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବେ ଏବଂ ଯକ୍ଷ୍ମା ରୋଗର ସଫଳ କାହାଣୀ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବେ । ଏହା ଦ୍ୱାରା ଜିଲ୍ଲାର ଲକ୍ଷ ଧାର୍ଯ୍ୟ ହୋଇଥିବା ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବା ସହିତ ମୁକ୍ତ ଯକ୍ଷ୍ମା ପରୀକ୍ଷା ଓ ଚିକିତ୍ସା କରାଯିବ । ଏହି ଅଭିଯାନ ଆସନ୍ତା ମାର୍ଚ୍ଚ -୨୦୨୪ ଜାତୀୟ ଯକ୍ଷ୍ମା ଦିବସ ଦିନ ଉଦ୍‌ଯାପିତ କରାଯିବ । ବଲାଙ୍ଗିର ଜିଲ୍ଲା ସହିତ ରାଜ୍ୟର ଅନ୍ୟ ୧୮ ଗୋଟି ଜିଲ୍ଲାରେ ଏହି ୧୦୦ ଦିନିଆ ସ୍ୱତନ୍ତ୍ର ଯକ୍ଷ୍ମା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି ।

jayashree
Leave A Reply

Your email address will not be published.