oom

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିର ୨୧ତମ ବାର୍ଷିକ କ୍ରୀଡା ଉଦ୍‌ଯାପିତ

jsmm

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଡ଼ିସେମ୍ବର ୬ ଓ ୭ ତାରିଖ ଦୁଇଦିନ ଧରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚନ୍ଦନଭାଟିରେ ୨୧ତମ ବାର୍ଷିକ କ୍ରୀଡା ଜାମୁଟିଆ ସ୍ଥିତ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡାର ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଡ଼. ଲକ୍ଷ୍ମଣ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏବଂ ଜାମୁଟିଆ ଗ୍ରାମର ମା’ ବସ୍ତ୍ରେନ ମାଉଲି ମନ୍ଦିରରୁ ଆସିଥିବା କ୍ରୀଡା ମଶାଲକୁ ସ୍ଥାପନ ପୂର୍ବକ କ୍ରୀଡା ଧ୍ୱଜାରୋହଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମ ଦିବସରେ ପ୍ରଥମରୁ ତୃତୀୟ ଶ୍ରେଣୀର ୧୫୦ ଜଣ ଭାଇଭଉଣୀ ଦୌଡ, ଡ଼ିଆଁ, ବଲଫିଙ୍ଗା ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । କ୍ରୀଡାର ଦ୍ଵିତୀୟ ଦିବସରେ ବିଦ୍ୟାଳୟ ଶାରୀରିକ ପ୍ରମୁଖ ଘନ ମେହେର ଦ୍ଵୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ ଦିନ ଶ୍ରେଣୀ ଚତୁର୍ଥରୁ ଅଷ୍ଟମ ପର୍ଯ୍ୟନ୍ତ ଦୌଡ, ଉଚ୍ଚଡ଼ିଆଁ, ଲମ୍ବଡିଆଁ, ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗାରେ ୧୩୦ ଜଣ ଶିଶୁ ଭାଇଭଉଣୀ ଅଂଶଗ୍ରହଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ରହି ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ ଦୀପ ପ୍ରଜ୍ୱଳନ ପୂର୍ବକ ତଥା କ୍ରୀଡା ଜ୍ୟୋତି ନିର୍ବାପନ ପୂର୍ବକ ସମାପନ ଘୋଷଣା କରିଥିଲେ । ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ମଧ୍ୟରେ ଟିକେଶ୍ୱର ମିଶ୍ର ଅଫିସିଆଲ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଧନଞ୍ଜୟ ମହାକୁର, ରଶ୍ମିତାମୟୀ ଦାସ, ଶେଷକାନ୍ତି ମଲ୍ଲିକ, ସରିତା ପାଣିଗ୍ରାହୀ ଦୌଡ ପ୍ରତିଯୋଗିତା ପରିଚାଳନା, ଗୌତମ ପଟେଲ, ତୁଳସୀ ବଢ଼େଇ, ଅପର୍ଣ୍ଣା ମେହେର ଡିଆଁ ପ୍ରତିଯୋଗିତା ପରିଚାଳନା ଏବଂ ଶତ୍ରୁଘ୍ନ ସିଂ, ପ୍ରଦୀପ ସା, ଗୀତାଞ୍ଜଳି ପୁରୋହିତ, ମମତାମୟୀ ମଲ୍ଲିକ ବଳାଫିଙ୍ଗା ପ୍ରତିଯୋଗିତା ପରିଚାଳନା କରିଥିଲେ । ଦିଲୀପ ଥନାପତି ସଭା ସଂଯୋଜନା କରିଥିବା ବେଳେ ପ୍ରଦୀପ କୁମାର ସା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପନ ହୋଇଯାଇଛି ।

jittmm
Leave A Reply

Your email address will not be published.