ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଖର୍ସେଲପଡ଼ାରେ ତୁଳସୀ ରାମାୟଣ ନବାହ ପାରାୟଣ ଚାଲିଛି । ଗତ ୨ ତାରିଖରୁ ଚାଲିଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ ମାନେ କହିଛନ୍ତି । ପ୍ରତ୍ୟହ ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦେଇ ହରିନାମ ରସାମୃତ ପାନ କରୁଥିବା ଦେଖିବାକୁ ମିଳିଛି । ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ପାରାୟଣ ଗାୟକ ଅଜିତ ଦାସ ଏଥିରେ ଯୋଗଦାନ କରିଥିବା ବେଳେ ତାଙ୍କ ରାମାୟଣ ଗାୟନରେ ଭକ୍ତମାନେ ଉତ୍ଫୁଲ୍ଲିତ ହୋଇ ଉଠୁଥିବା କୁହାଯାଇଛି ।