ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେରଙ୍କ ସଭାପତିତ୍ୱରେ ରେଡ ରିବନ୍ କ୍ଲବ ଆନୁକୂଲ୍ୟରେ ବିଶ୍ଵ ଏଡ଼୍ସ ଦିବସ ପାଳିତ ହୋଇଯାଇଛି । ରେଡ ରିବନ କ୍ଲବ ସଂଯୋଜକ ଶ୍ରୀନିବାସ ଗଡତ୍ୟା ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼. ଚିତ୍ତରଞ୍ଜନ ମିଶ୍ର ଯୋଗଦେଇ ଏଚ୍ଆଇଭି ଏଡ଼୍ସର ଭୟାବହତା, କାରଣ, ନିରାକରଣ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଛାତ୍ରୀ ରେଣୁକା ନାଏକ ଏବଂ ସାଥୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ପରେ କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ ସଚେତନା ଧର୍ମ ଅନେକ ପୋଷ୍ଟର ପ୍ରଦର୍ଶିତ କରାଯାଇଥିଲା । ବାଣିଜ୍ୟ ବିଭାଗ ଛାତ୍ର ତପନ ସାହୁ ଏଡ଼୍ସ ଚିତ୍ରାଙ୍କନରେ ଜିଲ୍ଲାରେ ପୁରସ୍କୃତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଜଗଦୀଶ ସିଂ ବାବୁ, ସୁରେଶ ଚନ୍ଦ୍ର ବାରିକ, ବିନ୍ଦୁ ସାଗର ବେହେରା, ସଂଗୀତା ମେହେରଙ୍କ ସହ ଅଣ ଶିକ୍ଷକ, କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ଶ୍ରୀଯୁକ୍ତ ଗଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।