csstore

ତହଁକ୍ କୁଟୁମ୍‌ର ଭାବର୍ ଭେଟ୍

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : କଦଲିମୁଡା ନର୍ସରୀ ଠାରେ ତହଁକ୍ କୁଟୁମ୍ ପକ୍ଷରୁ ଭାବର୍ ଭେଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଅଶୋକ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କଣ୍ଠଶିଳ୍ପୀ ଶାଶ୍ଵତ ତ୍ରିପାଠୀ, କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ, କବି ନିରଂଜନ ପଣ୍ଡା, ଅରୁଣ ମିଶ୍ର ଯୋଗ ଦେଇଥିଲେ । ସାମ୍ବାଦିକତା କ୍ଷେତ୍ରରେ ଓଟିଭି କେମେରା ପର୍ସନ୍ କରୁଣାକର ପଧାନ, ପ୍ରେରଣା ସଂପାଦକ ରଘୁନନ୍ଦନ ସିଂହ, ଅନୁପମ୍ ଭାରତ୍, ପ୍ରତିନିଧି ଯୁଧିଷ୍ଠିର ମେହେର, ମହାଭାରତ ପ୍ରତିନିଧି ଜଗନ୍ନାଥ ଧରୁଆଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରିୟାକାନ୍ତ ଦାଶ ସ୍ୱାଗତ୍ ଭାଷଣ ଦେଇଥିବା ବେଳେ ଦିଲିପ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ରାଜେଶ ଦଣ୍ଡସେନା ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ ଏବଂ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରସିଦ୍ଧ ଚଳଚିତ୍ର ଅଭିନେତା ଅଟଲ ବିହାରି ପଣ୍ଡାଙ୍କ ଜନ୍ମ ଦିନ ଅବସରରେ ଅତିଥିମାନଙ୍କ ଦ୍ଵାରା ଅଂଗରା ପତ୍ରିକା ଲୋକାର୍ପିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ବିରେନ୍ଦ୍ର ଝାଂକର୍, ପାର୍ଥ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମନୋରଞ୍ଜନ ଯୋଷୀ, ଅଞ୍ଜନ ପଧାନ, ଘଟେଶ୍ଵର ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ବିଭୁକଲ୍ୟାଣ ଗଡତ୍ୟା, ରାଜୀବ ଷଡଙ୍ଗୀ, ଚନ୍ଦ୍ରଭାନୁ ମୌଲାନା, ମୁକେଶ ବହିଦାର, ମହେନ୍ଦ୍ର ପଧାନ, ବାରଣ ଭୂୟାଁ, ପଲସି ବରିହା ପ୍ରମୁଖଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମିଲନ ପଣ୍ଡା, ଭରତ ମେହେର, ଶଂକର୍ଷଣ ସାହୁ, ପ୍ରଭାସିନି ଭୋଇ, ଗୋପାଲ ମେହେର, ପୁଷ୍ପାଞ୍ଜଳି ମେହେର, ଭବାନୀ ମିଶ୍ର, ବିବେକ ପ୍ରଧାନ, ସୁଦେଷ୍ନା ମିଶ୍ର, ସାଲିନି ସା, ଗିତାଞ୍ଜଳୀ ମିଶ୍ର, ପୂର୍ଣ୍ଣିମା ମିଶ୍ର, ଜୋତିରାଣୀ ମିଶ୍ର, ରାଜୀବ ଭୋଇ, ପ୍ରଶାନ୍ତ ମହାକୁର, ଦୁଖିଶ୍ୟାମ ଦିଖିତ, ରଂଜନ ଦିଖିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.