oom

ବଲାଙ୍ଗିର ଯାଦବ ଭବନ ଠାରେ ଜିଲ୍ଲା ଯାଦବ ମହାସଭାର କର୍ମକର୍ତ୍ତା ଚୟନ ପାଇଁ ପ୍ରସ୍ତୁତି ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନ ଠାରେ ମ୍ୟୁନିସିପାଲିଟି, ବ୍ଳକ ଓ ଏନ.ଏ.ସି. ଉପସ୍ଥିତ ଯାଦବ ସଭାପତି ଓ ସଂପାଦକମାନଙ୍କୁ ନେଇ ଏକ ପ୍ରସୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅଭ୍ୟର୍ଥନା କମିଟିର ସଭାପତି ବିରେନ୍ଦ୍ର ବନଛୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା କମିଟିର ସଂପାଦକ କବିରାଜ ଭୋଇ, କଣ୍ଟାବାଞ୍ଜି ବିଧାୟକ ତଥା ଉତ୍କଳ ଯାଦବ ମହାସଭାର ରାଜ୍ୟ ଉପ ସଭାପତି ଲକ୍ଷ୍ମଣ ବାଗ, ପୂର୍ବତନ ଜିଲ୍ଲା ମୂଖ୍ୟ ଉପଦେଷ୍ଟା ଶ୍ରୀଛବିଳ ବଗର୍ତ୍ତି, ପୂର୍ବତନ ଜିଲ୍ଲା ସଂପାଦକ ପ୍ରଦୀପ ସେଲମା, କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ନାଗ, ପୌରାଞ୍ଜଳ ସଭାପତି ସଂନ୍ଦିପ ବାଗ, ସଂପାଦକ ବସନ୍ତ ଷାଣ୍ଢ, କୋଷାଧ୍ୟକ୍ଷ ବାସୁଦେବ ନାଗ, ଡମନ ବଗର୍ତ୍ତି, ବାଦଳ ମହାକୁର, ଦୂତୀବାହନ ଚନ୍ଦନ, ଚିତ୍ରସେନ ବଗର୍ତ୍ତି, ଅନିରୁଦ୍ଧ ବଗର୍ତ୍ତି, ଗୋକୁଳ ଖର୍ସେଲ, ଉତ୍ତର କୁମାର ହେର୍ଣ୍ଣା, ଦୀନବନ୍ଧୁ ମନହୀରା, ଛବିଳ ମନହୀରା, ବିଜୟ କୁମାର ବିଶି, ଦିଲିପ ଖର୍ସେଲ, ଅଷୁତୋଷ ବାଗ ଉପସ୍ଥିତ ରହି ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିବା ସଂଗେ ସଂଗେ ଗତ ତା. ୧୭/୧୧/ ୨୦୨୪ ପାଟଣାଗଡ଼ର ଅନୁଷ୍ଠିତ ବୈଠକର ନିଷ୍ପତ୍ତିକୁ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ସଭାରେ ନିନ୍ଦା କରିଥିଲେ ଏବଂ ସମସ୍ତ ଉପସ୍ଥିତ ସଭ୍ୟଙ୍କ ଅନୁରୋଧ କ୍ରମେ ୧୨.୦୧.୨୦୨୫ ଜିଲ୍ଲା ଯାଦବ ମହାସଭାର ଚୟନ ପ୍ରକ୍ରିୟା ପାଇଁ ଆଗାମି ତା. ୨୨/୧୨/୨୦୨୪ ଦିନ ପୁଣି ଏକ ବୈଠକ ଯାଦବ ଭବନ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ଗ୍ରହଣ କରାଗଲା ଓ ଆଗକୁ ହେବାକୁ ଥିବା ବୈଠକରେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ହୋଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଗଲା ସର୍ବଶେଷରେ କବିରାଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.