csstore

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସାମାଜିକ ଆବେଗିକ ଶିକ୍ଷଣ ଶୀର୍ଷକ ଉପରେ ଜାତୀୟ ସଂପାନର ଉଦଯାପନୀ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ICSSR ନୂଆଦିଲ୍ଲୀ ଦ୍ଵାରା ପ୍ରାୟୋଜିତ ଜାତୀୟ ସଂପାନ ଉଦ୍‌ଯାପନୀ ଉତ୍ସବରେ କିସ୍ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵରର କୁଳପତି ପ୍ରୋ. ଦୀପକ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଷୟବସ୍ତୁକୁ ବର୍ଣ୍ଣନା କରି ସଂପାନର ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ । ସମ୍ମାନିତ ଅତିଥି ଭାବରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର ପ୍ରୋ. ଅରବିନ୍ଦ କୁମାର ଝା ଯୋଗଦେଇ ସାମାଜିକ ଓ ଅବେଗିକ ବିକାଶର ସିଦ୍ଧାନ୍ତଭିତ୍ତିକ ବ୍ୟାଖ୍ୟା କରି ଉଦାହରଣ ମାଧ୍ୟମରେ ସମସ୍ତଙ୍କୁ ନିଜର ଆବେଗକୁ ଚିହ୍ନି ତାର ପରିଚାଳନା କରିବା ପାଇଁ ପରାମର୍ଶ ଦେଇଥିଲେ । ଦିନ ଦୟାଲ ଉପାଧ୍ୟାୟ ବିଶ୍ଵବିଦ୍ୟାଳୟ ଗୋରକପୂରର ପ୍ରୋ. ଧନଞ୍ଜୟ କୁମାର ଅନ୍ୟ ଏକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଂପାନର ଫଳାଫଳ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ସସ୍ମିତା ମେହେର ଉଦ୍‌ଯାପନୀ ଉତ୍ସବର ପରିଚାଳନା କରିଥଲେ ଏବଂ ଡଃ. ବିରଞ୍ଚି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଯୋଜକ ଡଃ. ତୁଷାରକାନ୍ତ ସାହୁ ସଂପାନର ରିପୋର୍ଟ ଉପସ୍ଥାପନ କରିଥିଲେ । ଶେଷରେ ଆବାହକ ଡଃ. ଭେଙ୍କଟେଶ୍ଵର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଂପାନରେ ପ୍ରୋ ମିନକେତନ ପାଠୀ, ପ୍ରୋ ନିତ୍ୟାନନ୍ଦ ପ୍ରଧାନ, ପ୍ରୋ ଆର୍ ଏସ ଏସ ନେହେରୁ, ପ୍ରୋ ବାଞ୍ଛାନିଧି ପଣ୍ଡା, ପ୍ରୋ ପାର୍ଥ ସାରଥୀ ମଲ୍ଲିକ, ପ୍ରୋ ଅମୂଲ୍ୟ କୁମାର ଆଚାର୍ଯ୍ୟ, ପ୍ରୋ ସୁଜାତା ଆଚାର୍ଯ୍ୟଙ୍କ ସମେତ ଅନେକ ସଂଖ୍ୟାରେ ବିଶିଷ୍ଟ ଅତିଥି ତଥା ବକ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଚିନ୍ମୟ କୁମାର ପଣ୍ଡା, ରୋହିତ କୁମାର ଭୋଇ, ଚନ୍ଦ୍ର ପୁରୋହିତ, ଜୟ ନାରାୟଣ ତ୍ରିପାଠୀଙ୍କ ସମେତ ବର୍ତ୍ତମାନ କାର୍ଯ୍ୟରତ ପ୍ରାଧ୍ୟାପକ ଖଗେଶ୍ୱର ଦାସ, ନବ କୃଷ୍ଣ ମିଶ୍ର, ପ୍ରଭାତ ମହାପାତ୍ର, ତାରା ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ଡଃ. ସରୋଜ କୁମାର ନାୟକ, ସନ୍ତୋଷ କୁମାର ମିଶ୍ର, ତାପିନୀ ପଣ୍ଡା, ଝୁନୁ ପରିଡ଼ା, ଶର୍ମିଲା ପଣ୍ଡା, ପୂର୍ଣ୍ଣିମା ଦୋରାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସମସ୍ତେ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ଅର୍ଥନୈତିକ ସାହାଯ୍ୟ ପ୍ରଦାନ କରିଥିବାରୁ ICSSR ନୂଆଦିଲ୍ଲୀକୁ ଆୟୋଜକ ତରଫରୁ ବିଶିଷ୍ଟ ଭାବରେ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

jayashree
Leave A Reply

Your email address will not be published.