csstore

ଆର୍ଥିକ ସାକ୍ଷରତା ତାଲିମ ଶିବିର ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅମ୍ବାଭନା ବ୍ଲକ ଅନ୍ତର୍ଗତ ଭୁକ୍ତା ଠାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ମହାଶକ୍ତି ଫାଉଣ୍ଡେସନର ପ୍ରକଳ୍ପ ସଂପୂର୍ଣ୍ଣା ଆନୁକୂଲ୍ୟରେ ଦିନିକିଆ ଡିଜିଟାଲ ଆର୍ଥିକ ସାକ୍ଷରତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସହକାରୀ କୃଷି ଅଧିକାରୀ ଉପମା ପିଙ୍ଗ ଯୋଗଦାନ କରି ଆର୍ଥିକ ସାକ୍ଷରତା କ୍ଷେତ୍ରରେ କୃଷିର ଭୂମିକା ଉପରେ ଆଲୋଚନା କରିଥିବାବେଳେ ଉତ୍କଳିକା ମହିଳା କୃଷକ ଉତ୍ପାଦକ ସଙ୍ଘର ପରିଚାଳନା ନିର୍ଦ୍ଦେଶିକା ସୁକୁମାରୀ ମାଝୀ ଯୋଗଦାନ କରି କୃଷି କ୍ଷେତ୍ରରେ ମା’ ମାନଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ । ମହାଶକ୍ତି ଫାଉଣ୍ଡେସନର ତାଲିମଦାତା ମମତା ପାଣିଗ୍ରାହୀ ଆର୍ଥିକ ଯୋଜନା, ସଂଚୟ, ବୀମା ଉପରେ ବିସ୍ତୃତ ଭାବରେ ଯୋଗଦାନ କରିଥିବା ମହିଳା ମାନଙ୍କୁ ଗପ ମାଧ୍ୟମରେ ବୁଝାଇଥିଲେ । ଡିଜିଟାଲ କ୍ଷେତ୍ରରେ ମା’ମାନେ କିପରି ଭାବରେ ୟୁପିଆଇ ଆପ୍‌ ମାଧ୍ୟମରେ ଠକାମୀର ଶିକାର ନ ହୋଇ ସୁରକ୍ଷିତ ଭାବରେ କାରବାର କରିବା ଉପରେ ପ୍ରକଳ୍ପ ସଂପୂର୍ଣ୍ଣା ମୁଖ୍ୟ ମିହିର ରଞ୍ଜନ ସାଗର ବିସ୍ତୃତ ଭାବରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଉତ୍କଳିକା ମହିଳା କୃଷକ ଉତ୍ପାଦକ ସଙ୍ଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଙ୍କଜିନୀ ସାହୁ ପରିଚାଳନା କରିଥିବାବେଳେ ବ୍ଲକ ସଂଯୋଜକ ମାନସୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉତ୍କଳିକା ମହିଳା କୃଷକ ଉତ୍ପାଦକ ସଙ୍ଘର ମହିଳା ମାନେ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.