centurian jitm

‘ମୁହୁରି’ର ମହୁରତ ଓ ଉତ୍କୃଷ୍ଟ ଲେଖା ପାଇଁ ଆହ୍ୱାନ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ପ୍ରତିକ୍ଷୀତ କୋଶଲି ପତ୍ରିକା ‘ମୁହୁରି’ର କଲୁଆଁଫୁଟା ସଂଖ୍ୟା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରିଷଦର ଅନୁମୋଦନ କ୍ରମେ ଏହାର କାର୍ଯ୍ୟକାରିଣୀ ସମିତିର ସଭାପତି ପଣ୍ଡିତ ଡଃ ନାମଯଜ୍ଞ ମିଶ୍ର ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ଓ ‘ମୁହୁରି’ର ଅନ୍ୟତମ ସହଯୋଗୀ ସଂପାଦକ କବି ଆନନ୍ଦ ଚନ୍ଦ୍ର ସାହୁ ମଂଚାସୀନ ଥିଲେ । ସଚିବ ମଧୁସୂଦନ ଦାଶ ବାର୍ଷିକ ଆୟବ୍ୟୟ ବିବରଣୀ ଦାଖଲ କଲା ପରେ ଟ୍ରଷ୍ଟର ମୁଖପତ୍ର ‘ମୁହୁରି’ର ପୂର୍ଣ୍ଣାଙ୍ଗ ଅବୟବ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥିରେ ଟ୍ରଷ୍ଟ, କାର୍ଯ୍ୟକାରିଣୀ ଓ ପତ୍ରିକା କମିଟିର ସଦସ୍ୟ ଶରତ କୁମାର ହୋତା, ଆଶୁତୋଷ ମିଶ୍ର, ରଘୁନାଥ ବାବୁ, ବିରେନ୍ଦ୍ର ବନଛୋର, କିଶୋର ପୁରୋହିତ, କବି ସୁଶାନ୍ତ ବାଗ, ଡଃ ବ୍ରଜ ମୋହନ ମେହେର, ଲାଲଚନ ବଗର୍ତ୍ତୀ, ସବିତା ମହରା, ତପସ୍ୱିନୀ ପଶାୟତ, ଏଡଭୋକେଟ ନିର୍ମାଲ୍ୟ ସ୍ୱାଇଁ, ସୁଜିତ ଶତପଥି, ଶ୍ରୀପାଲ ପଣ୍ଡା, ପୁସ୍ତମ ଜୁଆଡି, ଜ୍ୟୋତି ପ୍ରକାଶ ଗୁରୁ ଓ ଅଭିଜିତ ଫରିକାର ବିଭିନ୍ନ କାର୍ଯ୍ୟଭାର ତୁଳାଇଥିଲେ । ଟ୍ରଷ୍ଟର ମୁଖପତ୍ର ‘ମୁହୁରି’ ପାଇଁ କୋଶଲି ଭାଷାରେ ଉôଚୃଷ୍ଟ ଓ ସମସାମୟିକ ଲେଖା ଆହ୍ୱାନ କରାଯାଇଛି । ଲେଖା ପଠାଇବା ପରେ ଅନ୍ୟୂନ ଦୁଇ ତିନିଟି ସଂଖ୍ୟା ଅପେକ୍ଷା କରିବାକୁ ଅନୁରୋଧ । ଲେଖା ମନୋନୟନରେ ସଂପାଦନା ମଣ୍ଡଳିର ନିଷ୍ପତ୍ତି ଚୁଡାନ୍ତ । ପ୍ରଥମ ଥର ଲେଖା ଗୁଡିକ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଓ ପରେ ଅନ୍ୟ ସଂସ୍କରଣ ପାଇଁ ବର୍ଷ ତମାମ muhurikoshli@gmail.com ଓ ମୋବାଇଲ ହ୍ୱାଟସ୍‌ଆପ୍‌ ନମ୍ବର ୯୯୩୭୧୨୮୨୭୧, ୯୪୩୯୪୧୩୩୪୫ରେ ପଠାଇବାକୁ ଟ୍ରଷ୍ଟ ତରଫରୁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.