ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପରିବର୍ଦ୍ଧିତ କାର୍ଯ୍ୟାଳୟକୁ ମହାସଭାର ସଭାପତି ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଏହା ସହ ଶ୍ରୀ ରାୟ ବାର ହାତ ଖଡ୍ଗକୁ ପୂଜା କରିବା ସହ ଅନୁଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତ୍ୟେକ ଖଣ୍ଡାୟତ କ୍ଷତ୍ରିୟ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ସହଭାଗିତା ଓ ଐକ୍ୟବଦ୍ଧତା ଉପରେ ଶ୍ରୀ ରାୟ ଗୁରୁତ୍ୱାରୋପ କରିଥିଲେ । ସାଧାରଣ ସମ୍ପାଦକ ଶଶଧର ପାତ୍ର ଅନୁଷ୍ଠାନର ଆଭିମୁଖ୍ୟ ଓ ଶ୍ରୀ ରାୟଙ୍କ ସହଯୋଗରେ ଖଡ୍ଗ ଭବନ ଓ କାର୍ଯ୍ୟାଳୟର ପରିବର୍ଦ୍ଧିତ ରୂପ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ ଓ ଉପସଭାପତି ଶମ୍ଭୁନାଥ ପରିଡା ତଥା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଓ ମହିଳା ସଦସ୍ୟାମାନେ ବହୁସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ହରିହର ରାଉତରାୟ ଓ ପି.ପି ରାୟ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।