କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭାରତୀୟ ପରମ୍ପରା ସଂସ୍କୃତି ଓ ସମ୍ମାନକୁ ବଞ୍ଚାଇ ରଖିବାକୁ ହେଲେ ପୃଥିବୀ ଭଳି ସହନଶୀଳ ହୋଇ ମାନବ ଜୀବନରେ ଏକ ଶ୍ରେଷ୍ଠ ଚରିତ୍ର ନିର୍ମାଣ ପାଇଁ ଆହ୍ୱାନ ଦେଇଛନ୍ତି ଓଡିଶାର ବିଶିଷ୍ଟ ବୈଦିକ ବିଦ୍ୱାନ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା । ବୁଧବାର କଳାହାଣ୍ଡି ଜିଲ୍ଲା କଲମପୁର ନିର୍ମାଲ୍ୟ କ୍ଷେତ୍ର ପରିସର ମଧ୍ୟରେ ପତଞ୍ଜଳି ଯୋଗ ଶିକ୍ଷକ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ଆୟୋଜିତ ଏହି ପ୍ରବଚନ ସନ୍ଧ୍ୟାରେ ଶ୍ରୀ ପଣ୍ଡାଙ୍କ ସମେତ ଆଚାର୍ଯ୍ୟ ଗୋପାଳକୃଷ୍ଣ ସାଧକ, ଶଶୀଭୂଷଣ ନାୟକ ଉପସ୍ଥିତ ଥିଲେ । ଦିନକୁ ଦିନ ପାରମ୍ପରିକ ପ୍ରଥା ସବୁ ଲୋପ ପାଇବାକୁ ବସିଲାଣି । ବୈଦେଶିକ ପ୍ରଥା ସବୁକୁ ଯୁଗ ଅନୁପାତରେ ଆପଣେଇବାକୁ ପଛାଉନାହାନ୍ତି ମାନବ ସମାଜ । ତେଣୁ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାପାଇଁ ପ୍ରବଚନ ମାଧ୍ୟମରେ ଆହ୍ୱାନ ଦେଇଥିଲେ । କଲମପୁର ଆଧ୍ୟାତ୍ମିକ ପ୍ରେମୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହେବା ସହିତ ଆଖପାଖର ଅନେକ ସତସଙ୍ଗ ପ୍ରେମୀ ଏହି ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ବିଚାରଧାରାର ପରିବର୍ତ୍ତନ ସହ ସଦ୍ଭାବନା ରଖିବାର ସଂକଳ୍ପ ନେଇଥିଲେ ।
Prev Post