ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହା ବିଦ୍ୟାଳୟରେ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ପ୍ରଫେସର ମନୋରଂଜନ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସମ୍ବିଧାନ ଦିବସର ତତ୍ପ୍ୟାର୍ଯ୍ୟ ଓ ଏହାର ଐତିହାସିକ ଦିଗଗୁଡ଼ିକ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟା କରିଥିଲେ । କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ବିଧାନ ଦିବସର ଉଦେଶ୍ୟ ଓ ନାଗରିକମାନଙ୍କର ପରିଚାଳନା କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ମହେଶ ମେହେର ସମ୍ବିଧାନରେ ବର୍ଣ୍ଣିତ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଡଃ. ସୁରେଶ ପ୍ରସାଦ ଷଡ଼ଙ୍ଗୀ ସଂଯୋଜନା କରିଥିଲେ । ଉକ୍ତ ସଭାରେ କଲେଜର ଅଧ୍ୟାପକ ସନାତନ ନାଗ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଉତ୍ସବରେ କଲେଜର ଅଧ୍ୟାପକଙ୍କ ମଧ୍ୟରେ ସନତ ରଥ, ସରୋଜ ମହାନ୍ତି, ମଞ୍ଜରୀ ପୋଢ଼, ସାରଦା ସିଂ ଦେଇ, ଆକାଂକ୍ଷା ପୁରୋହିତ, ବିଜୟୀ ବିଶି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଅପ୍ରିଚଳନରେ ସହଯୋଗ କରିଥିଲେ ।
Prev Post