csstore

ପାଇକମାଲ ବ୍ଲକ ଅଞ୍ଚଳରେ ଦାଦନ ଶ୍ରମିକ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଝାରବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପାଇକମାଲ ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ ପାଇକମାଲ ପୋଲିସ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଦାଦନ ଶ୍ରମିକ ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ । ଖବର ପାଇ ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ବିଜୟ କୁମାର କନ୍ଧେର ଓ ଏଏସ୍‌ଆଇ ମୋହନ ସୁନ୍ଦର ବାଗଙ୍କ ସହ ପୋଲିସ ଟିମ୍ ଝାରବନ୍ଧ ଗ୍ରାମରେ ପହଞ୍ଚି ୧୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ଏବଂ ଲେବର ସର୍ଦ୍ଦାର ଝାରବନ୍ଧ ଗ୍ରାମ ପଞ୍ଚାୟତ ଜଳଗଡ ଗ୍ରାମର ପ୍ରେମଲାଲ ବୁଡେକ ଓ ଝାରବନ୍ଧ ଗ୍ରାମର ଶୁଭ ମାଝିକୁ ଗିରଫ କରିଥିଲେ । ଏନେଇ ପାଇକମାଲ ଥାନାରେ କେସ ସଂଖ୍ୟା ୩୦୦/୨୪ ଧାରା ୧୪୩ (୨)୧୪୩ (୩)୧୪୬୩୧୮(୨)(୩)୧୧୧(୩)୩(୫) ଭାରତୀୟ ନ୍ୟାୟ ସଂହିତା, ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ୧୯୭୯ ଅନୁଯାୟୀ ଏକ ମାମଲା ରୁଜୁ କରାଯିବା ସହ ଦୁଇ ଲେବର ସର୍ଦ୍ଦାରକୁ କୋର୍ଟ ଚାଲାଣ କରାଯାଇଛି ବୋଲି ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.