ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ମହିଳା ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ନେହେରୁ ଯୁବକେନ୍ଦ୍ର ବଲାଙ୍ଗିର ଶାଖା, ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସରକାରୀ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା, ଡ଼ଃ ସଦାଶିବ ମଲ୍ଲିକ, ବିଭୂତିଭୂଷଣ ସାହୁ, ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରିଣୀ ଡ଼ଃ ମିନତୀ ଦେବତା ପ୍ରମୁଖ ମଞ୍ଚାସୀନ ରହି ସମ୍ବିଧାନ ଦିବସର ମହତ୍ତ୍ୱ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡ଼ଃ ରାଜେଶ କୁମାର କର୍ଣ୍ଣ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯଥା ଡ଼ଃ ଅନୁରାଧା ମିଶ୍ର, ଅକ୍ଷୟ କୁମାର ସେଠ୍, ଦେବଦତ୍ତ ପାଣିଗ୍ରାହୀ ପ୍ରମୁଖ ସମ୍ବିଧାନ ଦିବସର ମହତ୍ତ୍ୱ ଉପରେ ନିଜର ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିଲା । ଚିତ୍ରାଙ୍କନରେ ଯଥାକ୍ରମେ ଶ୍ରଦ୍ଧାଞ୍ଜଳି ବେହେରା, ସିମ୍ରନ୍ ଦଳେଇ ଏବଂ ବର୍ଷା ଗହିର ପ୍ରଥମ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ପ୍ରବନ୍ଧ ଲିଖନରେ ପ୍ରଥମ ସ୍ଥାନ କ୍ଷିତିସୁତା ପ୍ରଧାନ, ଦ୍ଵିତୀୟ ସ୍ଥାନ ଶକ୍ତିଶା ଚୌଧୁରୀ ଏବଂ ତୃତୀୟ ସ୍ଥାନ ଉଭୟ ସ୍ୱସ୍ତିକା ତ୍ରିପାଠୀ ଓ ଗାୟତ୍ରୀ ଦାଶ ଅଧିକାର କରିଥିଲେ । ଆରମ୍ଭରେ ସମ୍ବିଧାନର ପ୍ରସ୍ତାବନା ପାଠ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ସୁଚେତା ଦୋରା ଓ ବହୁ ସଂଖ୍ୟାରେ ଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଶେଷରେ ଜାତୀୟ ସଂଗୀତ ଗାନ କରାଯାଇଥିଲା ।