ମୁରିବାହାଲ ଡ଼ିଗ୍ରୀ କଲେଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ବ୍ଲକର ବିଭିନ୍ନ ସ୍ଥାନରେ ୭୫ତମ ଭାରତୀୟ ସମ୍ବିଧାନ ଦିବସ ପାଳିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ମଙ୍ଗଳବାର ୭୫ତମ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟଠାରେ ୭୫ତମ ସମ୍ବିଧାନ ଦିବସ ମହାବିଦ୍ୟାଳୟର ଅଧକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ନାୟକ ସମ୍ବିଧାନ ଦିବସର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ । ସଭାରେ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଗୁଣସାଗର ମେହେର, ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ, ରେଡ଼କ୍ରସ ପରାମର୍ଶଦାତା ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ ଉପସ୍ଥିତ ଥିବା ବେଳେ ସଭା ପରିଚାଳନା ସାଂସ୍କୃତିକ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଭ୍ରିଙ୍ଗରାଜ ରଣା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟରେ ବତ୍କୃତା, ରଚନା ଓ ସାଧାରଣ ପ୍ରତିଯୋଗିତା ହୋଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପୂର୍ବରୁ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିରାଟ ପଦଯାତ୍ରା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ସୋମେଶଦତ୍ତ ହୋତା, ପ୍ରେମଚାନ୍ଦ ତାଣ୍ଡି, ଫାଲଗୁନି ଦାସ, ପଙ୍କଜ ସାହୁ, ବାବୁଲା ନାଏକ, ପର୍ଶୁରାମ ବାଗ, ଅଧ୍ୟାପିକା ମୀରାବାଇ ଗଡତ୍ୟା, ଶୈଳୀକା ନାଏକ, ସରିତା ରଣା ଓ ଯଶୋସ୍ମିତା ବେହେରା ସହଯୋଗ କରିଥିଲେ । ଓଡ଼ିଆ ଅଧ୍ୟାପକ ଘନଶ୍ୟାମ ଖମାରୀ ଧନ୍ୟବାଦ ଦେଇଥିଲେ । ସେହିପରି ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଥିଲା । ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ ଛାତ୍ରଛାତ୍ରୀମାନେ ସମ୍ବିଧାନ ଦିବସର ସ୍ଲୋଗାନ ଦେଇ ବ୍ଲକ, ବସ୍ତି ପରିକ୍ରମା କରିଥିଲେ । ବସ୍ତିରେ ଥିବା ଖଜୁରୀ ବନ୍ଧର ସେଲଫି ପଏଣ୍ଟରେ ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ ଓ ଏପିଓ ବସନ୍ତ କୁମାର ବଳିୟାର ସିଂ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପରେ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ କଲେଜ ପରିସରରେ ଅନୁଷ୍ଠିତ ଏକ ସଭାରେ କଲେଜର ବରିଷ୍ଠ ଅଧ୍ୟାପକ ନରେନ୍ଦ୍ର କୁମାର ପାଣିଗ୍ରାହୀ, ହୃଦାନନ୍ଦ ପୁହାଣ, ରାଧାଶ୍ୟାମ ତ୍ରିପାଠୀ, ଭବାନୀ ପୋଡ଼, ରାଧେକୃଷ୍ଣ ବଘାର ଓ ଶାନ୍ତାରାମ ପଧାନ ପ୍ରମୁଖ ସମ୍ବିଧାନ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ବିକ୍ରମ ତାଣ୍ଡି କାର୍ଯ୍ୟକ୍ରମ ସଂଯୋଜନା ଓ ଅଧ୍ୟାପକ ନାରାୟଣ ଭୋଇ ଧନ୍ୟବାଦ୍ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ସେହିପରି ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ୭୫ତମ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।