ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ପଦ୍ମପୁର ଉପଖଣ୍ଡ ତରଫରୁ ସମ୍ବିଧାନ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜାଜୀ ଟାଉନ ହଲ ଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମିଳିତ ମଞ୍ଚ ପଦ୍ମପୁର ତରଫରୁ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତୀ ଅବସରରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆବାହକ ଚନ୍ଦ୍ରହାସ୍ୟ ଜାଲ ସଂଯୋଜନା କରୁଥିବା ବେଳେ ମୁଖ୍ୟ ଅତିଥିଭାବେ ମିଳିତ ମଞ୍ଚର ସଭାପତି ଭୋଜରାଜ ବାଗ ଉପସଭାପତି ନୀଳମଣି ବରିହା ସଂଯୋଜକ ନବ ବରିହା କୋଷାଧକ୍ଷ ଅଚ୍ୟୁତାନନ୍ଦ ସେଠ ଯୋଗଦେଇ କରି ସମ୍ବିଧାନରେ ଥିବା ଅଧିକାର ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଓ ଆଗାମୀ ଦିନରେ ସମ୍ବିଧାନକୁ କପରି ଲୋକେ ଗାଁ ଗାଁରେ ସମସ୍ତେ ଜାଣି ପାରିବେ ସମସ୍ତେ ସମ୍ବିଧାନରେ ଥିବା ଅଧିକାର ବିଷୟରେ ଜାଣି ପାରିବେ ସେ ଦିଗରେ ମିଳିତ ମଞ୍ଚ କାମ କରିବ ଓ ପ୍ରଚାର ପ୍ରସାର କରିବ । ଏହି ସମ୍ବିଧାନ ଦିବସରେ ପାଇକମାଲ, ଝାରବନ୍ଧ, ପଦ୍ମପୁର, ଗାଇସିଲାଟରୁ ଯୁବକମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମିଳିତ ମଞ୍ଚର ସଦସ୍ୟ ଗୋପବନ୍ଧୁ ଶିକା, ଉମେଶ ସୁନା ନରେଶ କୁମାର ଦାଶ ପ୍ରଦୀପ ମହାନନ୍ଦ, ଦେବରାଜ ସେଠ, ସୁବାସ ବେଶ୍ରା, ଆଦିତ୍ୟ ନାୟକଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା ।

jittmm
Leave A Reply

Your email address will not be published.