ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରଡୋଲ ଆଶ୍ରମ ବିଦ୍ୟାଳୟରେ ସର୍ଗିଫୁଲ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ ଜିଲ୍ଲା ୮୬ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ସେଥି ମଧ୍ୟରୁ ନୃସିଂହନାଥ ଏସ୍ଏସ୍ଡି ହାଇସ୍କୁଲର ପ୍ରାୟ ସମସ୍ତ ବର୍ଗରେ ଉଚ୍ଚମାନର ପର୍ଦଶନ କରି ସଫଳତା ଅର୍ଜନ କରିଛନ୍ତି । ଦଳଗତ ନାଚରେ ଲିପ୍ସା ଭୋଇ ଓ ତାଙ୍କ ଦଳ ପ୍ରଥମ ସ୍ଥାନ ଅଧିକାର କରି ଜୋର୍ନାଲ ଲେବୁଲ ପାଇଁ ମନୋନିତ ହୋଇଛନ୍ତି । ସେହିପରି ପ୍ରକାଶ ବେହେରା ଓ ତାଙ୍କ ଦଳ ଭଲିବଲ ବିଭାଗରେ, ଏକକ ନାଚରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ମାମିନା ବାଗ ଓ ଶାସ୍ୱତା ଭୋଏ ପ୍ରଥମ ସ୍ଥାନ ଅର୍ଜନ କରିଥିବା ବେଳେ ସୁପ୍ରିୟା ସୁନା ଓ ତାଙ୍କ ଦଳ ଲାଇଫ ସ୍କିଲ ଡ୍ରାମାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଓପନ ଶ୍ଲୋଗନରେ ଶବିତା ମଲ୍ଲିକ ପ୍ରଥମ ବିବେଚିତ ହୋଇ ଜୋର୍ନ୍ନାଲ ଲେବୁଲକୁ ଯାଇଛନ୍ତି । ମ୍ୟୁଜିକାଳ ଇଷ୍ଟ୍ୟୁମେଣ୍ଟର ସିନିୟର ବର୍ଗରେ, ୱାନ ଆକ୍ଟ ପ୍ଲେରେ, ଓପନ ଶ୍ଲୋଗନ ଜୁନିୟରରେ କ୍ରିଷ୍ଣା ତାଣ୍ତି, ସିଭଦ୍ରା ବରିହା, ରେଣୁକା ଜଗତ ୨ୟ ସ୍ଥାନରେ ଅଧିକାର କରିଛନ୍ତି । ପ୍ରାୟ ସମସ୍ତ ବର୍ଗରେ ନୃସିଂହନାଥ ଏସ୍ଏସ୍ଡି ହାଇସ୍କୁଲ ଛାତ୍ରଛାତ୍ରୀମାନେ କୃତୀତ୍ୱ ଅର୍ଜନ କରିଥିବାରୁ ବରଗଡ ବିଧାୟକ ଅଶ୍ୱିନୀ ସଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ପ୍ରଶଂସା କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ମୃତୁଞ୍ଜୟ ବଡପଣ୍ତା ସଭାପତିତ୍ୱ କରି ସମସ୍ତ ଛାତ୍ରଛାତ୍ରୀମାମଙ୍କୁ ଧନ୍ୟବାଦ ଦେଇଥିଲେ ।