centurian jitm

ନିଖିଳ ଓଡିଶା ଏମ୍‌.ଡି.ଏମ୍‌ ପାଚିକା ସହାୟକ ସଂଘ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ.ଆଇ.ଟି.ୟୁ.ସି ସହ ଅନୁବନ୍ଧିତ ନିଖିଳ ଓଡିଶା ଏମ୍‌.ଡି.ଏମ୍‌ ପାଚିକା ସହାୟିକା ସଂଘର ବଲାଙ୍ଗିର ଜିଲ୍ଲାର ସଭାପତି ପାଣ୍ଡବ ଭୋଇ ସମ୍ପାଦିକା ମାଧବୀ କୁଲତାଙ୍କ ନେତୃତ୍ୱରେ ରାଲି ଶୋଭାଯାତ୍ରା ସହ ବଲାଙ୍ଗିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲା ଏ.ଆଇ.ଟି.ୟୁ.ସି ସଭାପତି ତୀର୍ଥ ପଧାନ, ଏ.ଆଇ.ଟି.ୟୁ.ସି ଜିଲ୍ଲା ସହ ସମ୍ପାଦକ ସାଏବୁ ନନ୍ଦ, ନିଖିଳ ଓଡିଶା ଏମ୍‌.ଡି.ଏମ୍‌ ପାଚିକା ସଂଘର ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେର, ରାଜ୍ୟ କାର୍ଯ୍ୟକାରୀ ସଭାପତି କାଞ୍ଚନ ବାଳା ରାଉତ, ରାଜ୍ୟ ସାଧାରଣ ସମ୍ପାଦିକା ମାଧବୀ କୁଲତା, ରାଜ୍ୟ ଉପସଭାପତି ପାଣ୍ଡବ ଭୋଇ, ଶ୍ରମିକ ନେତା ଗୋପାଳ ଭୋଇ, ମଞ୍ଜୁ ଦାଶ, ବାସନ୍ତୀ ଭୋଇ, ମଞ୍ଜନ ନାଏକ, ସସ୍ମିତା ଦେହେରୀ, ଜେମା ଦଣ୍ଡସେନା, କୁମାରୀ ଭୋଇ, କଲ୍ୟାଣୀ ଭାଟି, ପବିତ୍ରା ବିଶି, ଅନୁଛାୟା ବରିହା, କମଳ ଭୋଇ, ଜବଦୁ ରଣା, ଅର୍ଜୁନ ଖରସେଲଙ୍କ ସହ ୧୪ଟି ବ୍ଲକର ଶହ ଶହ ପାଚିକା ସହାୟିକା ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ବଲାଙ୍ଗିର ଜିଲ୍ଲାର ନୂଆ କର୍ମକର୍ତ୍ତା ନିର୍ବାଚନ ହୋଇଛି । ଜିଲ୍ଲା ସଭାପତି ପାଣ୍ଡବ ଭୋଇ, ସମ୍ପାଦିକା ମାଧବୀ କୁଲୁତା, କୋଷାଧ୍ୟକ୍ଷା ମଞ୍ଜୁ ଦାଶଙ୍କୁ ମିଶି ମୋଟ୍‌ ୩୫ ଜଣ ଜିଲ୍ଲା କମିଟି ନିର୍ବାଚନ ହେଲା । ଆଗାମୀ ଦିନରେ ସରକାର ୧୩ ଦଫା ଦାବୀ ପୁରଣ ନ କରନ୍ତି ସାରା ରାଜ୍ୟରେ କାର୍ଯ୍ୟବନ୍ଧ ଆନ୍ଦୋଳନ ଅନୁଷ୍ଠିତ ହେବା ସହ ଜୋରଦାର ଲଢେଇ ପାଇଁ ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେର ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!