centurian jitm

କୁଚ ବେହାରା ଟ୍ରଫି : ବରୋଡା ବିଜୟୀ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା କୁଚ ବେହେରା ଟ୍ରଫିର ତୃତୀୟ ଦିବସରେ ଓଡିଶା ଦଳ କାଲିର ଅସମାପ୍ତ ଖେଳ ୨୪୧/୭ରୁ ଆରମ୍ଭ କରି ସମୁଦାୟ ୨୭୧ ରନ୍‌ରେ ଅଲ ଆଉଟ ହୋଇଯାଇଥିଲା । ଫଳରେ ଓଡିଶାରେ ଏକ ଇନିଂସ ଓ ୫୮ ରନ୍‌ରେ ପରାଜୟ ହୋଇଛି । ଓଡିଶା ଦଳ ତରଫରୁ ସୟଦ ଟଫେଲ ଅହମ୍ମଦ ୩୧ ରନ୍‌, ଅଭିଶେଷ ସିଂ ୨୮ ରନ ସଂଗ୍ରହ କରିଥିଲେ । ବରୋଡା ଦଳ ତରଫରୁ ସଫଳ ବୋଲର ଭାବରେ ନିତ୍ୟା ଜେ. ପାଣ୍ଡିଆ ସର୍ବାଧିକ ୫ଗୋଟି ୱିକେଟ ନେଇଥିଲେ । ଆଜିର ଏହି ଉଦ୍‌ଯାପନୀ ଉତ୍ସବରେ କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ନେତୃତ୍ୱରେ ଓ କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବରୋଡା କ୍ରିକେଟ ଦଳର ନିତ୍ୟା ଜେ. ପାଣ୍ଡିଆଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ଭାବରେ ମୋମେଣ୍ଟୋ ସହ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ସଂସଦର ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, କୋଷାଧ୍ୟକ୍ଷ ପ୍ରଭାସ ମିଶ୍ର, ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ପୁରୋହିତ, ଜୟରାମ ମିଶ୍ର, ରବିନ୍ଦ୍ର ମିଶ୍ର, ଗୌର ଚନ୍ଦ୍ର ପ୍ରଦାନ, କ୍ରିକେଟ କୋଚ ଅରୁଣ ନାଏକ ଓ ଅତିଥି ଭାବେ ଚାଇନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!