ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନିକଟସ୍ଥ ମଣ୍ଡଳ ଗ୍ରାମରେ ଜନ୍ମିତା ତଥା ସେମ୍ଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ପ୍ରିୟଦର୍ଶନୀ ମିଶ୍ରଙ୍କୁ ଇଜିପ୍ଟ ଦେଶର ଆନ୍ତର୍ଜାତୀୟ ମାନବୀୟ ସଙ୍ଗଠନ ଏବଂ ବିଶ୍ୱ ସଂସ୍କୃତି ସଂସ୍ଥା ତାଙ୍କ ଇଂରାଜୀ କବିତା ଲିଖନ ଶୈଳୀ, ଶାନ୍ତି ଓ ମୈତ୍ରୀର ସନ୍ଦେଶ ବହନ କରୁଥିବା କବିତା ପାଇଁ ଡକ୍ଟରେଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଦୁଇଟି ଅନୁଷ୍ଠାନର ଆଇ.ଏଚ୍ ପ୍ରଫେସର ଡ. ଜାମିଲା ସାଫି ଏବଂ ଡବ୍ଲୁ.ସି.ଏଫ୍ର ପ୍ରଫେସର ଡ. ଟୋନୀ ଫୌଡ ପ୍ରିୟଦର୍ଶନୀ ମିଶ୍ରଙ୍କୁ ବ୍ରୋଞ୍ଜ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରିଛନ୍ତି । ଏକ ସାରସତ୍ୱ ସାହିତ୍ୟ କାର୍ଯ୍ୟକ୍ରମ ଶ୍ୱାଶତ୍ୱ ପ୍ରିୟଜନ ସାହିତ୍ୟ ଅନୁଷ୍ଠାନ ତରଫରୁ ଡ. ଅଲେଖ ପ୍ରସାଦ ମହାରଣାଜୀଙ୍କ ପୌରହତ୍ୟରେ ଓଡିଶାର ସୁନାମଧନ୍ୟ ଶତାଧିକ ସାହିତ୍ୟକଙ୍କ ଗହଣରେ ମୁଖ୍ୟ ଅତିଥି ରେଭେନ୍ସା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ବୈଜ୍ଞାନିକ ଡ. ହରପ୍ରସାଦ ସାହୁ ପ୍ରିିୟଦର୍ଶନୀ ମିଶ୍ରଙ୍କୁ ଡକ୍ଟରେଟ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ସମ୍ମାନ ପ୍ରାପ୍ତି ପରେ ପରେ ବଲାଙ୍ଗିର ଜିଲ୍ଲା ତଥା କଳାର ଅଞ୍ଚଳ ମଣ୍ଡଳ ଗ୍ରାମର ଗୌରବକୁ ବୃଦ୍ଧି କରୁଛି; ଯାହା ପାଇଁ ତାଙ୍କ ପାଖକୁ ଶୁଭାକାଂକ୍ଷୀମାନଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।