ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ପ୍ରୟୋଗ ତାଲିମ ଉଦ୍ଯାପିତ ହୋଇଯାଇଛି । ୩ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଶାଖୁ ପଧାନ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ, ବରିଷ୍ଠ ଗୋଷ୍ଠୀ ସହଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା, ଜଗତ ମଲ୍ଲିକ ତାଲିମ କାର୍ଯ୍ୟକ୍ରମ ପରିଦର୍ଶନରେ ଆସି ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦକ୍ଷତା ବଢ଼ାଇବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ବିଷୟରେ ପରାମର୍ଶ ଦେଇଥିଲେ । ବୈଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମୀନକେତନ ପଧାନ, ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥବିର ଦୋରା, ଚେରୁପାଲି ସି.ଆର.ସି.ସି. ଦିଲୀପ ପଧାନ ଓ ଶୁଖା ସି.ଆର.ସି.ସି. ସୁରେଶ ନାୟକ ମୁଖ୍ୟ ଆଲୋଚକ ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ୫୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ଜିକେଏ କିଟ, ଏନ୍,ସି.ଆର.ଟି କିଟ, ପେଡଲେଟ ଆପ, ବିଲଡିଂ ବ୍ଲକ ଆପ, ଯାଦୁଇ ପୀଟାରା ଆପ, ମୌଳିକ ସ୍ତରରେ ବିକାଶାତ୍ମକ ଲକ୍ଷ୍ୟ ଓ ଶିକ୍ଷଣ ଦକ୍ଷତା, ଭାଷା ଶିକ୍ଷଣର ସନ୍ତୁଳିତ ପନ୍ଥା, ପଠନ, ଲିଖନ, ବହୁଶ୍ରେଣୀ ପରିସ୍ଥିତିରେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଶ୍ରେଣୀ ପରିଚାଳନାର କୌଶଳ ବିଷୟରେ ପ୍ରଶିକ୍ଷଣ ପାଇଥିଲେ । ସରଗୁଲ ସି.ଆର.ସି.ସି. ନୀଳକଣ୍ଠ ନାୟକ, ଶିକ୍ଷା କାର୍ଯ୍ୟାଳୟ ତଥ୍ୟ ପରିଚାଳକ ଶ୍ରଦ୍ଧା ସାହୁ, ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ଡୁଙ୍ଗୁରିପାଲି ସି.ଆର୍.ସି.ସି ପ୍ରବୀର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।