ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଯୁବ ସମାଜସେବୀ ତଥା ବିଜେପି ଯୁବନେତା ଦେବାଶିଷ ପଟ୍ଟନାୟକ ରକ୍ତଦାନ ଶିବିରର ଆୟୋଜନ କରି ଏକ ନିଆରା ଢଙ୍ଗରେ ତାଙ୍କ ନିଜ ପୁଅର ଜନ୍ମଦିନ ପାଳିଛନ୍ତି । ଶିବିରରେ ୧୯୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଯାହା ବିଭିନ୍ନ ମହଲରେ ସାଧୁବାଦର ବିଷୟ ହୋଇଛି । ଜନ୍ମଦିନର ଆସର ଜମିଲା ଭଳି କାର୍ଯ୍ୟ ସମ୍ପାଦନା ନ କରି ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍ରେ ଏକ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମଦିନ ପାଳନ କରିଛନ୍ତି । ପୁଣି ସେ ନିଜେ ଉଦ୍ୟକ୍ତା ଦେବାଶିଷ ପଟ୍ଟନାୟକ ମଧ୍ୟ ରକ୍ତଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ସାମିଲ ହୋଇ ନିଜେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ଏଵଂ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବର୍ତ୍ତମାନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଥିବା ବେଳେ ଏହି ରକ୍ତଦାନ ଶିବିର ଦ୍ୱାରା କିଛି ମାତ୍ରାରେ ରକ୍ତର ଅଭାବ ହୋଇପାରିବ ବୋଲି କହିଛନ୍ତି । ଦେବାଶିଷ ସେହିପରି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ଉଦ୍ୟକ୍ତା ଦେବାଶିଷ ପଟ୍ଟନାୟକ ମଧ୍ୟ ରକ୍ତଦାନ ଏହି କାର୍ଯ୍ୟକ୍ରମରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଜେପି ନେତା ଚନ୍ଦ୍ର ଶେଖର ରାଓ, ରୁଇନା ପଟ୍ଟନାୟକ, ବସନ୍ତ ବେହେରା, ପ୍ରଶାନ୍ତ ନାୟକ, ଲକ୍ଷ୍ମୀ ନାରୟଣ ପଣ୍ଡା, ସନ୍ତୋଷ ରାଉଳ, ଯୁବ ସମାଜସେବୀ ସୁଧୀର ପଟ୍ଟନାୟକ, ଛାତ୍ରନେତା ଓ ସମାଜସେବୀ କମଳ ପଣ୍ଡା, ଯୁବ ଛାତ୍ର ନେତା ବନଜ ନାହାକ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବରରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଷ୍ଟାଫ୍ ସମସ୍ତେ ସକ୍ରୀୟ ସହଯୋଗ କରିଥିଲେ ।
Next Post