oom

ବାରପୁଡୁଗିଆ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ୨୦ତମ ଏସ୍‌ଏସ୍‌ପି କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ସରପଂଚ ଜନ୍ମଜୟ ମେହେର ଉଦ୍‌ଘାଟିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସାରସପିଟା, ଜନକପୁର, ଫଟକରା, ବାରପୁଡୁଗିଆ, ବିକାଶ ଇଲେଭେନ ଷ୍ଟାର, ଡଙ୍ଗାଘାଟ, ଚାଣ୍ଟିମୁଣ୍ଡା, ରାମଚନ୍ଦ୍ରପୁର, ରେଙ୍ଗଟାସିଲ, ଉଲବା, ସକମା, ବରକାନି, କୁଶମେଲ, ଫୌଜି କ୍ଲବ, ତମିଆଁ, ଡୁଲୁସର ୧୬ ଗୋଟି ଦଳ ଅଂଶଗ୍ରହଣ କରୁଛନ୍ତି । ରେଫରି ପୁରୁଷୋତ୍ତମ, ସୁରେଶ, ମିଥୁନ, ପ୍ରଦୀପ ଖେଳ ପରିଚାଳନା କରୁଛନ୍ତି । ଶିଦ୍ଧାଶ୍ରମ ସେବା ପ୍ରତିଷ୍ଠାନର ସଭାପତି ଜୟକୃଷ୍ଣ ମିଶ୍ର, ସମ୍ମାନିତ ଅତିଥି ରାମ ପ୍ରସାଦ ମିଶ୍ର ସହ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ କମିଟି ବିକାଶ ନାଏକ, ରିଙ୍କୁ, କାଲିଆ, ସଂଜୟ, ଅନିଲ, ବାବୁଲା, ଆକାଶ, ରାହୁଲ, ଶୁଭମ, ବ୍ରଜ, ପିଣ୍ଟୁ, ମୁଟୁ, ଧୋବା, ଅକ୍ଷୟ, ଦିନେଶ ପ୍ରମୁଖ ସହଯୋଗ କରୁଛନ୍ତି । ଆଜିର ମ୍ୟାଚ୍‌ରେ ଫଟକରା ଏବଂ ସକମା ଦଳ ସେମିଫାଇନାଲକୁ ପ୍ରବେଶ କରିଛନ୍ତି ।

jittmm
Leave A Reply

Your email address will not be published.