jayashree

ହିରାପୁରରେ ଧାନମଣ୍ଡି ଉଦ୍‌ଘାଟନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେଛୋଦାଦର ପଞ୍ଚାୟତ ହିରାପୁର ଠାରେ ଚଳିତ ବର୍ଷର ଖରିଫ୍ ଋତୁରେ ଧାନ ସଂଗ୍ରହ ପାଇଁ ଆନୁଷ୍ଠାନିକରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ କରକମଳରେ ଧାନମଣ୍ଡି ଉଦ୍‌ଘାଟନ ହୋଇଯାଇଛି । ବିଧିବଦ୍ଧ ଭାବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଧାନମଣ୍ଡି ଶୁଭାରମ୍ଭ ହୋଇଯାଇଛି । ସରକାର ଚଳିତ ଏଥର ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ । କେନ୍ଦ୍ର ୨୩ ଶହ ଓ ରାଜ୍ୟ ସରକାର ଅତିରିକ୍ତ ୮ ଶହ ଟଙ୍କା ପ୍ରଦାନ କରୁଥିବା ବେଳେ ସମସ୍ତ ଚାଷୀ ଖୁସି ଥିବାର ଦେଖିବାକୁ ମିଳିଛି । ଏଥର ଧାନର ଅଧିକ ମୂଲ୍ୟ ଥିବା ଯୋଗୁଁ ସମସ୍ତ ଚାଷୀ ତାଙ୍କ କଷ୍ଟ ଓ ପରିଶ୍ରମ ଫଳ ପାଇଁ ଖୁସି ହେଇଥିବାର ସୂଚନା ଦେଇଛନ୍ତି । ଏହି ପରିପେକ୍ଷୀରେ ଧାନ ମଣ୍ଡିରେ ସମସ୍ତ ସୁକ୍ୟୁରିଟି ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏ.ଆର.ସି.ଏସ୍‌ ରବିନାରାୟଣ ପଣ୍ଡା, ପଲସଦା ପେକ୍ସ ସଂପାଦକ ଶେଷଦେବ ପାଣିଗ୍ରାହୀ, ମଣ୍ଡି ନୋଡାଲ ଅଫିସର ହେମରାଜ ସାହୁ ପ୍ରମୁଖଙ୍କ ସହ ସମ୍ମାନିତ ଅତିଥିଭାବେ ବରିଷ୍ଠ ବିଜେପି ଗୋବର୍ଦ୍ଧନ ଅଗ୍ରୱାଲ, ମଣ୍ତପ ସଭାପତି କୌଲାଶ ଦିଶ୍ରୀ, କେଛୋଦର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ପଲସଦା ଏ.ସି.ଏସ.ଓ.ଙ୍କ ସହ ଅଞ୍ଚଳର ବହୁ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.