oom

କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲି ଭାଷାର ଏକ ଅନନ୍ୟ ପତ୍ରିକା ‘ମୁହୁରି’ ପ୍ରକାଶନ ପାଇଁ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ, ବଲାଙ୍ଗିରର ଏକ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଛି । ଡ. ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ସଂପାଦକ ମଧୁସୁଦନ ଦାଶଙ୍କ ସହ ଆନନ୍ଦ ଚନ୍ଦ୍ର ସାହୁ, ରଘୁନାଥ ବାବୁ, ଶରତ କୁମାର ହୋତା, ସୁଶାନ୍ତ ବାଗ, ଲାଲଚନ ବଗର୍ତ୍ତି, ସବିତା ମହରା, ସୂଜିତ କୁମାର ଶତପଥି, ପୁସ୍ତମ ଜୁଆଡି, ଶ୍ରୀପାଲ ପଣ୍ଡା, ଅଭିଜିତ ଫରିକାର ଏବଂ ଜ୍ୟୋତି ପ୍ରକାଶ ଗୁରୁ ଯୋଗ ଦେଇଥିଲେ । ପତ୍ରିକାର କଲେବର ଠୁ ଆରମ୍ଭ କରି ଲେଖା ଚୟନ ପଦ୍ଧତି ଏବଂ ପତ୍ରିକା ପ୍ରକାଶନର ନିରନ୍ତରତା ଉପରେ ଆଲୋଚନା ହୋଇଥିଲା । କୋଶଲି ଭାଷାର ଅସ୍ମିତାକୁ ଆଖି ଆଗରେ ରଖି ପ୍ରକାଶିତ ହେବାକୁ ସ୍ଥିର ହୋଇଥିବା ଏହି ପତ୍ରିକା ଭାଷାର ଉନ୍ନତିରେ ତଥା ପ୍ରଚାର ପ୍ରସାରରେ ବ୍ରତି ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

jittmm
Leave A Reply

Your email address will not be published.