ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଏବେ ସାରା ଓଡ଼ିଶାରେ ଆଦାନୀର ଜମି କିଣା ବିଷୟ ଚାଂଚଲ୍ୟ ସୃଷ୍ଟି କରିଛି । ଲୋକଙ୍କ ସରକାର, ଗରିବଙ୍କ ସରକାର କହୁଥିବା ବିଜେପି ସରକାର ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ କରୁଥିବା ବେଳେ ବର୍ତ୍ତମାନ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ସରକାର କାମ୍ପାନୀକୁ ସୁଲାସୁତୁରା କରି ଜମି ବିକୁଥିବା ସନ୍ଦେହ କରୁଛନ୍ତି । ସୂଚନା ମୁତାବକ ବଲାଙ୍ଗିର ବେଲପଡା ବ୍ଲକ ଡୁଡୁକାମାଲ ଗାଁକୁ ଗ୍ରାଫାଇଟ ଖନନ ପାଇଁ ୫ଟି କମ୍ପାନୀ ଆଦିବାସୀ ହରିଜନ ଓ ଅନ୍ୟ ବର୍ଗ ଗରିବ ଲୋକଙ୍କୁ ଭଣ୍ଡେଇ ଶାଗ ମାଛ ମୂଲ୍ୟରେ ଜମି ହଡପ୍ କରିଛନ୍ତି । ତା ସହ ଲୋକଙ୍କୁ ଚାକିରି ଦେବି ବୋଲି ମିଛ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଉଥିବା ଆଲୋଚନା ହେଉଛି । ଆଉ ମଧ୍ୟ ଲୋକଙ୍କ ଠାରୁ କମ୍ ଜମି କହି ତାର ତିନି ଗୁଣା ଅଧିକ ଜମି ହାତେଇ ନେଇଥିବାର ଲୋକେ ଅଭିଯୋଗ କରିଛନ୍ତି । ଏବେ ଉକ୍ତ ଗ୍ରାମବାସୀ ମରିଯିବୁ ପଛେ ଜମି ଇଞ୍ଚେ ମଧ୍ୟ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
Next Post