csstore

ବ୍ରହ୍ମପୁରରେ ଗୁରୁ ଅବତରଣ ମହୋତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱଶକ୍ତି ସେବା ସଂସ୍ଥାନ ପରିବାର ତରଫରୁ ସଂସ୍ଥାର ପ୍ରତିଷ୍ଠାତା ପୂଜ୍ୟ ଗୁରୁଦେବ କ୍ରିଷ୍ଣା ଭେୟାଜୀଙ୍କ ଅବତରଣ ମହୋତ୍ସବ ସ୍ଥାନୀୟ ଆସ୍କା ରୋଡ୍‌ ପାଣିଗ୍ରାହୀପେଣ୍ଠ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସନ୍ତୋଷ କୁମାର ମହାନ୍ତି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁବନ୍ଦନା, ନାମ ସଂକୀର୍ତ୍ତନ ସହ ବୃକ୍ଷରୋପଣ ଆଦି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଅନୁରୁପ ଭାବେ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଠାରେ ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାନ ତରଫରୁ ଶହ ଶହ ସଂଖ୍ୟକ ଗୁରୁଭାଇ ଓ ଭଉଣୀମାନଙ୍କ ଦ୍ୱାରା ଗୁରୁ ଅବତରଣ ଉତ୍ସବ ପାଳିତ ହୋଇଯାଇଛି । ପ୍ରକାଶ ଚନ୍ଦ୍ର ବେହେରା, ବଳରାମ ଜେନା, ତପନ କୁମାର ମହାପାତ୍ର, ଚନ୍ଦନ ସାହୁ, ସନ୍ଦିପ ପାଣିଗ୍ରାହୀ, ପ୍ରମୋଦ କୁମାର ସିଙ୍ଗାରି, ସବିତା ମହାନ୍ତି, ଗୀତା ମହାନ୍ତି, ପରମିଳା, ଲଳିତା, ବେଣୁଗୋପାଳଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାର ରୂପେ ପାଳନ କରିଥିଲେ ।

jayashree
Leave A Reply

Your email address will not be published.