csstore

ଏଇ ମାଟିର ସ୍ୱର ତରଫରୁ କବିତା ପାଠ ଉତ୍ସବ ଓ ବନ୍ଧୁ ମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର ) : ସାରସ୍ୱତ ସାହିତ୍ୟ ସାଧନର ଅନନ୍ୟ ଅନୁଷ୍ଠାନ ‘ଏଇ ମାଟିର ସ୍ୱର’ ତରଫରୁ କବି ମାନଙ୍କ ଦ୍ୱାରା କବିତା ପାଠ ଉତ୍ସବ ଓ ବନ୍ଧୁ ମିଳନ ଭୋଗରାଇ ବ୍ଲକ୍ ଥାନା ଛକ ସ୍ଥିତ ଭରସା କାର୍ୟ୍ୟାଳୟ ପରିସରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ବିଶିଷ୍ଟ ସମାଜସେବୀ ତଥା ଭରସାର ଅଧ୍ୟକ୍ଷ ଯାଦବେଶ ମିଶ୍ର ଉଦ୍‌ଘାଟନ କରିଥିବା ବେଳେ ବାଲେଶ୍ୱର ଜିଲ୍ଲା ଓସ୍ତା ଯୁଗ୍ମ ସଂପାଦକ ରାଜେନ୍ଦୁ ବିକାଶ ପାତ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ପୋଲିସ ଅଧିକାରୀ ତଥା ସୁ-ସାହିତ୍ୟିକ ଲକ୍ଷ୍ମଣ କୁମାର ନାୟକ, ମୁଖ୍ୟବକ୍ତା ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ସୁଲେଖକ ସନ୍ତୋଷ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ଓଡି଼ଆ ଭାଷା ଓ ସଂସ୍କୃତି ସୁରକ୍ଷା ପରିଷଦର ସମ୍ପାଦକ ରାଜକିଶୋର ଜେନା, ବିଶିଷ୍ଟ କବି କୁମାର ଘୋଷ, କବି ଡାକ୍ତର କିଶୋର ବିଶ୍ବଜିତ୍ ଜେନା, ସାହିତ୍ୟ ସଂଗଠକ ତଥା କବି ସୁଶାନ୍ତ ନାୟକ, ସମାଜ ଭୋଗରାଇ ପ୍ରତିନିଧି ସାମ୍ବାଦିକ ବିକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଏଇ ମାଟିର ସ୍ୱରର ଏପରି ମହାନ ଅଭିଯାନର ଭୂୟସୀ ପ୍ରସଂଶା କରିଥିଲେ । ଏ ଅବସରରେ ଥାନା ଛକ ଠାରେ ଥିବା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ କବି ଦେବବ୍ରତ ଦେଙ୍କ ସଂଯୋଜନାରେ ଭୋଗରାଇର କୋଣ ଅନୁକୋଣରୁ ଆସିଥିବା ବରିଷ୍ଠ ଓ କନିଷ୍ଠ କବି କାଳିକୁମାର ବେହେରା, ଅଶୋକ କୁମାର କର, ରଶ୍ମୀତା ଦାସ, ରଶ୍ମୀରେଖା ବାରିକ, ଗଣେଶ ଦାସ, ଶିବଶଙ୍କର ପାତ୍ର, ପରେଶ ଚନ୍ଦ୍ର ଦାସ, ଚନ୍ଦନ କୁମାର ଦାସ, ଜଗବନ୍ଧୁ ଖଟୁଆ, ଅକ୍ଷୟ ସାମଲ, ଜଗଜ୍ୟୋତି ମହାନ୍ତି, ଗୋପୀନାଥ ଜେନା, ଶ୍ରୀକୃଷ୍ଣ ପ୍ରସାଦ ମଣ୍ଡଳ, ଦିଲ୍ଲୀପ କୁମାର ପାତ୍ର, ସନ୍ଦିପ କୁମାର ପ୍ରଧାନ, ରାକେଶ କୁମାର ଭାୟା, କବିତା ସ୍ୱାଇଁ, ଶ୍ରେଷ୍ଠା ମାଇତି ପ୍ରମୁଖ ନିଜ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଉକ୍ତ କାର୍ୟ୍ୟକ୍ରମକୁ ଏଇ ମାଟିର ସ୍ୱରର ପ୍ରତିଷ୍ଠାତା ସଦସ୍ୟ କବି ଦେବବ୍ରତ ଜେନା, କବି ରାଜେନ୍ଦ୍ର କୁମାର ଗିରି, କବି ପରେଶ ଚନ୍ଦ୍ର ଦାସ, ବିରେନ୍ଦ୍ର କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.