ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ରେଳ ଓଭର ବ୍ରିଜ ରାସ୍ତା ଉପରୁ ଲୁହା ଛଡ଼ ବାହାରିବା ଘଟଣା ଖବର ପରିବେଷଣ କରିବା ୨୪ ଘଣ୍ଟା ଭିତରେ କରାଗଲା ରାସ୍ତା ମରାମତି । ସୋମବାର ଦିନ ଖବର ପରିବେଷଣ କରି ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଧାୟକ ନବୀନ ଜୈନଙ୍କ ନିକଟକୁ ଆମ ପ୍ରତିନିଧି ସଞ୍ଜୟ କୁମାର ନାୟକ ବାହାରିଥିବା ଖବର ପଠାଇ ଥିଲେ । ଏନେଇ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଜୈନ ଅତି ଶୀଘ୍ର ମରାମତି କରାଯିବ ବୋଲି ଆମ ପ୍ରତିନିଧିଙ୍କୁ ଅବଗତ କରାଇଥିଲେ । ମଙ୍ଗଳବାର ଅପରାହ୍ନରେ ସେହି ରାସ୍ତା ମରାମତି କରାଯାଇଥିବା ଦେଖିବାକୁ ମିଳିଛି । ଦୁଃଖର ବିଷୟ ଯେ, ଓଭର ବ୍ରିଜର ଗୋଟିଏ ସ୍ଥାନ ମରାମତି ହୋଇଥିଲେ ମଧ୍ୟ ଅନ୍ୟ ସ୍ଥାନରୁ ଛଡ଼ ବାହାରିବା ଦେଖିବାକୁ ମିଳୁଛି । ସେ ଦିଗରେ ଟିକେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଦାବୀ ହେଉଛି ।