csstore

ସାଲେପାଲି ଗ୍ରାମମଙ୍ଗଳ ପାଠାଗାରର ବାର୍ଷିକ କ୍ରୀଡା ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଘାଟନ ସମାରୋହରେ ଅନୁଷ୍ଠାନର ସଭାପତି ପ୍ରହଲ୍ଲାଦ ପଧାନ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମାସାଗର ଭୋଇ ଯୋଗଦେଇଥିଲେ । ଉଦଯାପନୀ ଉତ୍ସବରେ ବଲାଙ୍ଗୀର ଶିଶୁ ମଙ୍ଗଳ ସମିତିର ଅଧକ୍ଷ ଯୁଗେଶ୍ୱର୍‌ ମହାନ୍ତି ସଭାପତିତ୍ୱ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ଉପଜିଲ୍ଲାପାଳ ଓ ମାଜିଷସ୍‌ଟ ସୁଧାକର ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଦେଓଗାଁ ବିଡ଼ିଓ ରୁଦ୍ରପ୍ରସାଦ ସୁନା, ସମ୍ମାନିତ ଅତିଥିଭାବେ ଦେଓଗାଁ ବିଇଓ ସଙ୍କୀର୍ତ୍ତନ ବାଗ, ସିଡବ୍ଲ୍ୟୁସି ସଭ୍ୟ ବଲାଙ୍ଗୀର ନନ୍ଦୀ କିଶୋର ସାଣ୍ଡ, ସୁନୀତା ତ୍ରିପାଠୀ, ଗୋଦାବରୀଶ ରଥ, ବିରଞ୍ଚି ବଇଦାର, ପିଓଆଇସି ଚୂଡାମଣି ପଣ୍ଡା, ପିଓଏନ ଆଇସି ସୁଧାଂଶୁ କୁମ୍ଭାର, ସ୍ବେଚ୍ଛାସେବୀ ଡିସିପିୟୁ ସାରିକା ପୁରୋହିତ, ଅରୁଣ ଖୁଆସ ପ୍ରମୁଖ ଯୋଗ ଦେଇଥିଲେ । ଶିଶୁ ସେବା ସଂସ୍ଥା ଜଡ଼ିତ ଅନୁଷ୍ଠାନର ସଦସ୍ୟ ଝସକେତନ ସାମଲ, ଉତ୍ତମ ଭୋଇ, ହୃଦାନନ୍ଦ ଷଡ଼ଙ୍ଗୀ, ଖୁଟଲାଦାସ କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.