oom

ଲକ୍ଷ୍ମୀପୁର ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ

jsmm

ରାୟଗଡ଼ା, (ଗୌରୀ ଶଙ୍କର ପଟ୍ଟନାୟକ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସାହିତ୍ୟ ପରିଷଦର ଦଶମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପରିଷଦର ସଭାପତି ମହାଦେବ ସତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପବିତ୍ର ସାଉଁତା, ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା, ମୁଖ୍ୟ ବକ୍ତା ଭାବେ ରାୟଗଡା ଉପ ଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଓ ସମ୍ମାନିତ ବକ୍ତା ଭାବେ ଧନପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଓମ୍‌ ପ୍ରକାଶ ମିଶ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧୂପଦୀପ ଦେଇ ପୂଜାର୍ଚ୍ଚନା କରାଯାଇଥିଲା । ସାହିତ୍ୟ ପରିଷଦର ପ୍ରତିଷ୍ଠା ସମ୍ପାଦକ ସ୍ୱର୍ଗତଃ ଡ. ପ୍ରକାଶ ସେନାପତିଙ୍କୁ ମନେ ପକାଇ ତାଙ୍କ ଫଟୋଚିତ୍ର ଆଗରେ ଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଉପାନ୍ତ ଅଞ୍ଚଳରେ ସାହିତ୍ୟ ଓ ଭାଷାର ଉନ୍ନତି ଉପରେ ମୁଖ୍ୟ ବକ୍ତା ସଂଘମିତ୍ରା ଦେବୀ ଓ ଓଡ଼ିଆ ଅସ୍ମିତାର ଭାଷା ଓ ବିଜ୍ଞାନର ଆବଶ୍ୟକତା ଉପରେ ସମ୍ମାନିତ ବକ୍ତା ଶ୍ରୀଯୁକ୍ତ ମିଶ୍ର ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ବାର୍ଷିକ ଉତ୍ସବରେ ଅତିଥି ମାନଙ୍କ ଦ୍ୱାରା ବହୁ ଦିନରୁ ଅପେକ୍ଷାରତ ସାହିତ୍ୟ ପତ୍ରିକା ଡୁଙ୍ଗୁ ଡୁଙ୍ଗାର ଉନ୍ମୋଚନ କରାଯାଇଥିଲା । ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସାହିତ୍ୟ ପରିଷଦର ସମ୍ପାଦକ ଅରୁଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ କିଛି ପ୍ରତିଭା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.