csstore

ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନୃସିଂହନାଥ ଏସ୍‌ଏସ୍‌ଡି ହାଇସ୍କୁଲ ମିଟିଙ୍ଗ ହଲରେ ଶୁକ୍ରବାର ମହାନ ସ୍ୱାଦିନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ହାଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବଡ ଶତପଥି, ସମ୍ମାନିତ ଅତିଥି ଭାବେ ଅଶ୍ୱିନୀ ସାହୁ ଯୋଗଦେଇ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ସଂଗ୍ରାମୀ ଜୀବନ ଉପରେ ନିଜସ୍ୱ ମତ ବ୍ୟକ୍ତ କରିଥିଲେ । ଏଥିରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯୋଗଦେଇ ଥିଲେ । ସଭା ଆରମ୍ଭରୁ ଭଗବାନ ବିର୍ସା ମୁଣ୍ଡାଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ଜଳାଇ ପୂଜା କଲାପରେ ପ୍ରାରମ୍ଭିକ ସଂଗୀତ ଛାତ୍ରୀ ମାନେ ଗାନ କରିଥିଲେ । ସଭାର ଉଦ୍ଦେଶ୍ୟ ଜ୍ଞାପନ ତଥା ସଭା ପରିଚାଳନା ଶିକ୍ଷକ ବିଜୟ ଶଙ୍କର ଦେହୁରୀ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରିତମ ପଣ୍ଡା । ଶେଷରେ ବାଳିକା ମାନେ ସମ୍ବଲପୁରୀ ଭଜନ, ଗୀତ, ନାଚ ପରିବେଷଣ କରିଥିଲେ ।

jayashree
Leave A Reply

Your email address will not be published.