csstore

ଛତ୍ରପୁର ସହରାଞ୍ଚଳ ରିକାପଲ୍ଲୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ବହୁ ପୁରାତନ ପ୍ରତିଷ୍ଠିତ ରିକାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଅତିଥି ଭାବେ ଯୋଗ ଦେଇଥିଲେ ବିଦ୍ୟାଳୟର ଆଲୁମିନି ଗ୍ରୁପ୍ ସଭାପତି ତଥା ଛତ୍ରପୁର ନୃତ୍ୟକଳା ଗୁରୁ ସଂଘର ସଧାରଣ ସମ୍ପାଦକ ଜୀବନ କୁମାର ମହାରଣା, ଆଲୁମିନି ଗ୍ରୁପ୍ ଉପ ସଭାନେତ୍ରୀ ସଂଘମିତ୍ରା ପଣ୍ଡା, ଆଲୁମିନି ଗ୍ରୁପ୍ ସମ୍ପାଦକ ଅଶୋକ କୁମାର ସେନାପତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୀତା ରଥ ଅତିଥି ଦ୍ୱୟଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରି ମଞ୍ଚାସୀନ କରାଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୀତା ରଥ ଏବଂ ଅନ୍ୟ ଶିକ୍ଷୟିତ୍ରୀଗଣ ଯୋଗଦେଇ ଶିଶୁ ଦିବସର ମହତ୍ତ୍ୱ ସମ୍ପର୍କରେ ପ୍ରତିପାଦନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବତ୍କୃତା ଓ ଦେଶାତ୍ମକ ବୋଧକ ସଙ୍ଗୀତ ପ୍ରତିଯୋଗୀତା ଆଦି ଅନୁଷ୍ଠିତ ହୋଇଥିଲା । କୃତୀତ୍ଵ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ମାନପତ୍ର ସହ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

jayashree
Leave A Reply

Your email address will not be published.