ଗ୍ରାମାଞ୍ଚଳର ବିକାଶ ପାଇଁ ମନ୍ତ୍ରୀଙ୍କ ଚିନ୍ତା : ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକକୁ ଆଜି ଗସ୍ତ କରି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ପ୍ରଥମେ ବ୍ରାହ୍ମଣୀ ଉଠା ଜଳସେଚନ ୨୪.୫ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିଲେ । ତା ପରେ ସଇଁନ୍ତଲା ଡାକ୍ତରଖାନାକୁ ପହଞ୍ଚିବା ପରେ ଡାକ୍ତରଖାନାର ସମସ୍ତ କର୍ମଚାରୀ ମାନେ ମନ୍ତ୍ରୀ‌ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ସଇଁନ୍ତଲା ସ୍ଵ।ସ୍ଥ୍ୟ କେନ୍ଦ୍ର ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ ୪୦ଲକ୍ଷ ଟଙ୍କାର ଶୁଭାରମ୍ଭ କରିଥିଲେ ।

ପରେ ରେମଡ଼ା ଗ୍ରାମକୁ ଯାଇଥିଲେ । ଗ୍ରାମର ଶତାଧିକ ମହିଳା ପୁରୁଷ ମାନେ ହୁଳହୁଳି ହରିବୋଲ ସହ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ତେବେ ମନ୍ତ୍ରୀ ପ୍ରାୟ ୧ କିଲୋମିଟର ଚାଲି ଚାଲି ଯାଇ ରେମଣ୍ଡା ପାନୀୟ ଜଳ ପ୍ରକଳ୍ପ ୧.୫ କୋଟିର ଉଦଘାଟନ କରିଥିବା ବେଳେ ମନ୍ତ୍ରୀ‌ଙ୍କୁ ନେଇ ଏବେ ଗ୍ରାମବାସୀ ମାନେ ବେଶ ଖୁସି ଥିବା କହିଥିଲେ । ଦୀର୍ଘ ଦିନ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କ ଚିନ୍ତାକୁ ନେଇ ଅଞ୍ଚଳବାସୀଙ୍କ ମନର ଆଶାବାଡି ସାଜିଥିବା କୋହଭରା କ‌ଣ୍ଠରେ ମନ୍ତ୍ରୀଙ୍କୁ ଗ୍ରାମର ଲୋକମାନେ ଜଣାଇଥିଲେ । ପରେ ବୁଢ଼ାବାହଲ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ ମଧ୍ୟ କରିଥିଲେ ।

ଶେଷରେ ଦୀର୍ଘ ଦିନ ଧରି ବୁଢ଼ାବାହଲ ଗ୍ରାମ ପଞ୍ଚାୟତ ଦାବୀ ଥିଲା ଯେ, ଉକ୍ତ ଗ୍ରାମରେ ଗୋଟିଏ ଡାକ୍ତରଖାନା ଖୋଲାଯାଉ । ଗ୍ରାମବାସୀଙ୍କ ଦାବୀକୁ ଏବେ ପୂରଣ କରିଛନ୍ତି ମନ୍ତ୍ରୀ । ତେବେ ବୁଢ଼ାବାହଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୩୫.୫୬ ଲକ୍ଷ ଟଙ୍କାର ଶୁଭ ଉଦଘାଟନ କରିଥିବା ବେଳେ ଗ୍ରାମାଞ୍ଚଳର ବିକାଶ ପାଇଁ ମନ୍ତ୍ରୀଙ୍କ ଚିନ୍ତା ଏବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଏଭଳି ବିଧାୟିକା ତଥା ମନ୍ତ୍ରୀଙ୍କୁ ପାଇ ଆମେ ସଇଁନ୍ତଲାବାସୀ ଗର୍ବିତ ବୋଲି ଅଞ୍ଚଳର ଶତାଧିକ ଲୋକେ କହିଛନ୍ତି ।ତେବେ ଏଭଳି ଅନେକ ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ଲୋକଙ୍କ ମନରେ ଅନେକ ଉତ୍ସ।ହ ଦେଖିବାକୁ ମିଳିଛି ବୋଲି ମନ୍ତ୍ରୀ କହିବା ସହ ସବୁବେଳେ ସବୁ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ପ୍ରକାରର ଯୋଜନା ପହଞ୍ଚୁଥିବା ସହ ଆଗକୁ ମଧ୍ୟ ପହଂଚାଇବାରେ ଚେଷ୍ଟା ନିଶ୍ଚିତ ଭାବରେ କରିବି ବୋଲି କହିଛନ୍ତି । ଘୁନସର ଗ୍ରାମ ପଞ୍ଚାୟତରେ ଦୀର୍ଘ ଦିନ ହେଲା ଡାକ୍ତର ନ ଥିବା ନେଇ ପଚାରିବାରୁ ବଲାଙ୍ଗିର ଜିଲ୍ଲାରେ ଡାକ୍ତରଙ୍କ ଅଭାବ ରହିଛି ତେବେ ଚେଷ୍ଟା କରିବି, ଘୁନସର ଗ୍ରାମର ଡାକ୍ତରଖାନାରେ ମଧ୍ୟ ଡାକ୍ତର ଯୋଗାଇବାର ବ୍ୟବସ୍ଥା କରିବି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି ।

ଏହି କାର୍ୟ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବର୍ଦ୍ଧନ ପୁରୋହିତ, ରାଜ କିଶୋର ଡାଙ୍ଗ, ରାଜେଶ ବେହେରା, ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲ, ବୁଲୁ ବେହେରା, ସୁଜିତ ଡାଙ୍ଗ, ଲୁନ୍ଦ୍ର ବେହେରା, କନିଷ୍ଠ ଯନ୍ତ୍ରୀ ହେମନ୍ଦ୍ର ମଲ୍ଲିକ, ପରିମଳ ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଭାତ ସେଠି, ସୁବାସ ବୁଡେକ, ବିଜେଡି ସଇଁନ୍ତଲା ବ୍ଳକ ସଭାପତି ଦିଲିପ ରାଜପଲିଆ, ବୁଡ଼ାବାହାଲ ସରପଞ୍ଚ କପିଳ ଭୋଇ, ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ର ସାହୁ, ଆଲୋକ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.