csstore

କୁଟୁମଡୋଲା ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଲା ହାଇସ୍କୁଲ ପଡିଆରେ ପ୍ରତିଭା ଯୁବକ ସଂଘ ଆନୁକୁଲ୍ୟରେ ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କୁଟୁମଡୋଲା, ଢୁଲୁସର, ଗେର୍ଡି, ଅମାମୁଣ୍ଡା ସହ ୧୨ ଗୋଟି ଦଳ ଅଂଶ ଗ୍ରହଣ କରିବେ । ଏହି ଉଦ୍‌ଘାଟନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଏସ୍‌ପି (ସ୍ପେସାଲ ବ୍ରାଞ୍ଚ) ରବି ନାରାୟଣ ପାତ୍ର, ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତ, କ୍ରୀଡାବିତ୍‌ ବିଜୟ କୁମାର ଜାନି, ଆଇନଜ୍ଞ ଅରୁଣ କୁମାର ରଣା, ମୁଖ୍ୟବକ୍ତା ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଉପଜିଲ୍ଲାପାଳ ଆଲୋକ ପଟେଲ, ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗୀ, କୁଟୁମଡୋଲା କଲେଜ ଅଧ୍ୟକ୍ଷ ସଂଜୟ କୁମାର ସିଂ, ଡା. ଗଜାନନ ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଭା ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.