csstore

ଜିଲ୍ଲା ଅଭିଭାବକ ସଂଘର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନ୍ୱେଷା ଯୋଜନା ଓ ଶିକ୍ଷା ଅଧିକାର ଆଇନ ଅଧିନରେ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମୌଳିକ ଶିକ୍ଷା ଅଧିକାର ପାଇବା ପାଇଁ ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟମାନଙ୍କୁ ପାଠ୍ୟ ପୁସ୍ତକ, ପୋଷାକ, ସ୍କୁଲବ୍ୟାଗ, ଜୋତା ଇତ୍ୟାଦି ଦେବା ପାଇଁ ବାଧ୍ୟତାମୂଳକ ଆଦେଶ ପ୍ରଦାନ ଦାବୀରେ ଜିଲ୍ଲା ଅଭିଭାବକ ସଂଘ ତରଫରୁ ସଂଘ ସଭାପତି ସୀତାରାମ କୁମ୍ଭାରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ଅନୁସୂଚିତ ଜାତି/ଜନଜାତି ଆୟୋଗ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି । ସଂଘର ଉପସଭାପତି ଜ୍ୟୋତିଷ କୁମାର ମୁଗ୍ରୀ, ସଂପାଦକ ବିଶ୍ୱାମିତ୍ର କୁମ୍ଭାରଙ୍କ ତତ୍ୱାବଧାନରେ ଆଦିବାସୀ ସଂଘ ନେତା ସତ୍ୟନାରାୟଣ ଭୋଇ, ପାଣ୍ଡବ ଚନ୍ଦ୍ର କୁମ୍ଭାର, ସତ୍ୟାନନ୍ଦ ସୁନା, ଅର୍ଜୁନ ମୁଗ୍ରୀ, ଦିନେଶ ନାଗ, ସରୋଜ ମେଶ୍ୱା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଅଶୋକ ଦୀପ, ଅଶୋକ ହରିପାଲ, ଜୟଶ୍ରୀ ସୁନା, ଶମ୍ଭୁ ନାଗ, ବାସୁଦେବ ମୁଗ୍ରୀ ପ୍ରମୁଖ ଭାଗ ନେଇଥିଲେ । ବହୁ ଅଭିଭାବକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.