ପଦ୍ମପୁର, (ନିରୋଜ କୁମାର ପାଣୀ) : କରଣ ସମାଜର ଇଷ୍ଟ ପୂଜ୍ୟ ଦେବତା ଆର୍ଯ୍ୟ ଦେବ ଶ୍ରୀ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କର ମନ୍ଦିର ନିର୍ମାଣ ଓ କରଣ ସମାଜର ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଆଜି ପଦ୍ମପୁର କରଣ ସମାଜ ତରଫରୁ ଭୂମି ପୂଜନ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ସମାପନ ହୋଇଯାଇଛି । ସମାଜ ପକ୍ଷରୁ ଗଡଭାଟି ସ୍ଥିତ ଜମିରେ ଆର୍ଯ୍ୟଦେବଙ୍କର ମନ୍ଦିର ଓ ସମାଜର ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଏକ ପ୍ରସ୍ତାବ ଚଳିତ ବର୍ଷ ଆର୍ଯ୍ୟଦେବଙ୍କ ପୂଜନୋତ୍ସବ ସମୟରେ ସର୍ବସମ୍ମତି କ୍ରମେ ଅନୁମୋଦିତ ହୋଇଥିବା ବେଳେ ଶୁଭ ଲଗ୍ନାନୁଯାୟୀ ଆଜି ସମାଜର ସଦସ୍ୟ ଓ ଜମିଦାତା ଆଶିଷ କୁମାର ବହିଦାର ଏବଂ ସୀତାରାମ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୂମିପୂଜନ କାର୍ଯ୍ୟ ସମାପନ ହୋଇଯାଇଛି । କରଣ ସମାଜର ସଭାପତି ଶ୍ରୀରିଶ କୁମାର ବହିଦାର ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ପଦ୍ମାଳୟା ବହିଦାରଙ୍କ ସହ ସପତ୍ନୀକ ସମାଜ ତରଫରୁ କର୍ତ୍ତା ଦାୟିତ୍ୱ ତୁଳାଇ ଥିବା ବେଳେ ପଣ୍ଡିତ ଅତ୍ରାହି ଭଞ୍ଜନ ପାଣିଗ୍ରାହୀଙ୍କ ପୌରାହିତ୍ୟରେ ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିଲା । ତେବେ ଶୀଘ୍ର କାର୍ଯ୍ୟ ଆରମ୍ଭ ସହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ନେଇ ସମାଜ ପକ୍ଷରୁ ଯୁବଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ।
Next Post