jayashree

ତୁରେକେଲା ବ୍ଲକ ସଦରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

  • ୫୫୬ ଜଣ ବିଭିନ୍ନ ଭିନ୍ନକ୍ଷମ ଚିହ୍ନଟ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ଉପାନ୍ତ ତୁରେକେଲା ବ୍ଲକ ସଦର ମହକୁମା କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକର ମୋଟ ୧୯ ଗୋଟି ପଂଚାୟତର ବିଭିନ୍ନ ଗ୍ରାମରୁ ୫୫୬ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇଛି । ଏହି ଶିବିର ଆରମ୍ଭ ପୂର୍ବରୁ ଭୀମଭୋଇଙ୍କ ତୈଳଚିତ୍ରରେ ପୂଜା ଅର୍ଚ୍ଚନା ପରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚିହ୍ନଟ ଭିନ୍ନକ୍ଷମଙ୍କ ମଧ୍ୟରେ ୫୧ଜଣ ମାନସିକ, ଏଚ୍‌.ଆଇ.୯୫ ଜଣ, ଭି.ଆଇ ୯୧ ଜଣ, ଓ.ଏଚ୍‌.୨୫୪ ଜଣ, ଅନ୍ୟାନ୍ୟ ୩୪ ଜଣ ଏବଂ ୩୧ ଜଣ ଏଡ୍‌ସ୍‌ ଓ ଅନ୍ୟାନ୍ୟ ଚିହ୍ନଟ ହୋଇଥିଲେ । କାର୍ଯ୍ୟକ୍ରମରେ ତୁରେକେଲା ବ୍ଲକ ଚେୟାରମ୍ୟାନ ପୂଜା ବେହେରା ପ୍ରଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ପୂର୍ଣ୍ଣାନନ୍ଦ ପୁଟେଲ, ଜିଲ୍ଲା ଉପଖଣ୍ଡ ସାମାଜିକ ଅଧିକାରୀ ସୁମିତ୍ରା ଖୁରା, ଉପାଧ୍ୟକ୍ଷା ଧନମତି ଛୁରା, ତୁରେକେଲା ବ୍ଲକ ସଦର ପଂଚାୟତ ସରପଂଚ ତଥା ଜିଲ୍ଲା ସରପଂଚ ସଂଘ ସଭାପତି ଜଲନ୍ଧର ମହାକୁଡ, ତୁରେକେଲା ସମିତି ସଭ୍ୟ ପ୍ରମୋଦ ମହାପାତ୍ର, ସିଡିପିଓ ରତ୍ନାମଣି ବରାଳ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଡାକ୍ତର ଉପସ୍ଥିତ ରହି ରୋଗୀ ଚିହ୍ନଟ କରିଥିଲେ । ଶିବିରକୁ ବ୍ଲକ ସାମାଜିକ ଅଧିକାରୀ ହେମାନନ୍ଦ ବିଶ୍ୱାଲ ପରିଚାଳନା କରିଥିଲେ ।

Leave A Reply

Your email address will not be published.