oom

୩୮ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ : ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସାର୍ବଜନୀନ ଖେଳ ପଡ଼ିଆରେ ଅଞ୍ଚଳର ପ୍ରସିଦ୍ଧ ୩୮ତମ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ପ୍ରାଚୀନ ପୌରାଣିକ କଥାବସ୍ତୁ ଆଧାରିତ ନାଟ୍ୟାଭିନୟ ପରିବେଷିତ ହୋଇଥିଲା । ବରିଷ୍ଠ କଳାକାର ମାନଙ୍କ ଦ୍ୱାରା ନିଖୁଣ ଅଭିନୟ ଦର୍ଶକଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରା ନଗରୀ । ମଥୁରା ନଗରବାସୀ ଧନୁଯାତ୍ରା ଉତ୍ସବକୁ ଉତ୍ସାହର ସହ ଚାହିଁରହିଥାନ୍ତି । ଚଳିତ ବର୍ଷ ହସ୍ତୀ ପିଠିରେ ବସି ଉଗ୍ରସେନ ମହାରାଜ ରଙ୍ଗମଞ୍ଚକୁ ପାତ୍ର, ମନ୍ତ୍ରୀ ସହ ପହଞ୍‌ଞ୍ଚିଥିଲେ । ପୌରାଣିକ ନାଟ୍ୟବସ୍ତୁ ଆଧାରିତ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ ହୋଇଥିଲା । ଧନୁଯାତ୍ରା ମହୋତ୍ସବର ପ୍ରତିଷ୍ଠାତା ସ୍ୱର୍ଗତ ମାଧବ ହଂସ, ପୂର୍ବତନ ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ସ୍ୱର୍ଗତ ସୁଦାମ ସିନ୍ଦୁରଙ୍କ ଅମର ଆତ୍ମାର ସଦଗତି କାମନା କରିବା ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଉଗ୍ରସେନ ମହାରାଜଙ୍କ ରାଜଦରବାରକୁ ରାଜକୀୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାନ ବ୍ରହ୍ମପୁରର ସଂସ୍ଥାପକ ଟି. କ୍ରିଷ୍ଣା ପାତ୍ର, ବଙ୍ଗୋମୁଣ୍ଡା ବିଡ଼ିଓ ଶଙ୍କର୍ଷଣ ବେହେରା, ବରିଷ୍ଠ ବିଜେପି ନେତା ଅଜୟ ଶର୍ମା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଜିଲ୍ଲା ପରିଷଦ ବଙ୍ଗୋମୁଣ୍ଡା ଓମ୍‌ ପ୍ରକାଶ କୁମ୍ଭାର ଯୋଗ ଦେଇଥିଲେ । ଡ଼. ନାରାୟଣ ମିଶ୍ର ମଞ୍ଚ ସଞ୍ଚାଳନ କରିଥିଲେ । କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ପରିବେଷଣ ହୋଇଥିଲା । ଦେବକୀ ବସୁଦେବ ବିବାହ, ଶୂନ୍ୟବାଣୀ, ମହାରାଜ ଉଗ୍ରସେନ ଗାଦିଚ୍ୟୁତ, ଦେବକୀ ବସୁଦେବ କାରାଗାରରେ ବନ୍ଦୀ, କଂସଙ୍କ ରାଜ୍ୟାଭିଷେକ, ଦେବକୀଙ୍କ ଷଡ଼ପୁତ୍ର ନିଧନ ଆଦି ନାଟ୍ୟାଭିନୟ ପରିବେଷିତ ହୋଇଥିଲା । କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଧନୁଯାତ୍ରା କମିଟିର ସଭାପତି ତୁଳସୀରାମ ହଂସ, କାର୍ଯ୍ୟକାରୀ ସଭାପତି ଆନନ୍ଦ ଅଗ୍ରୱାଲ, ସାଧାରଣ ସମ୍ପାଦକ ରଶ୍ମିରଂଜନ ପୁଟେଲ, ଉପସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ଉପସଭାପତି ଡ଼. ନାରାୟଣ ମିଶ୍ର, ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହୀରା, କୋଷାଧ୍ୟକ୍ଷ ମୁକେଶ ଜୈନ ପ୍ରମୁଖଙ୍କ ସହ କମିଟିର କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ହଜାର ହଜାର ଦର୍ଶକ ଉଦ୍‌ଘାଟନୀ ଦିବସକୁ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.