
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲଖମରା କ୍ଲଷ୍ଟର ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଗାଇଡ୍ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନେ ନିଜ ନିଜ ବିଜ୍ଞାନ ପ୍ରକଳ୍ପ ନେଇ ଯୋଗଦାନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈଷ୍ଣବ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବାସନ୍ତୀ ବାଲାମ, ସମ୍ମାନିତ ଅତିଥି ପାଇକମାଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର କୁମାର ବାରିକ, ଅନ୍ୟତମ ଅତିଥି ଭାବେ ଚର୍ଦାପାଲି ଆଶ୍ରମ ଉଚ୍ଚ ବିଦ୍ୟାଳୟ ପ୍ରଧାନ ସେବକ ଦୈତାରୀ ବିଶ୍ୱାଳ, କୁଲାଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଛାୟାକାନ୍ତ ଦେବତା, ବିଦ୍ୟାଳୟ ପରିଚାଳନା ସଭାପତି ଉମେଶ କୁମାର ଡଣ୍ଡସେନା ଯୋଗଦେଇ ମଞ୍ଚାସୀନ ହୋଇଥିଲେ । କ୍ଲଷ୍ଟର୍ ଅଧୀନସ୍ଥ ସମସ୍ତ ବିଦ୍ୟାଳୟରୁ ୫୮ଟି ବିଜ୍ଞାନ ପ୍ରକଳ୍ପ ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ଝାରବନ୍ଧ ବ୍ଲକରୁ ବୈତାଳି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁ, ଜଗଦଳପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନୀଳାମ୍ବର ସାହୁ ଯୋଗଦାନ କରି ବିଚାରକ ଦାୟିତ୍ୱ ତୁଲାଇ ଥିଲେ । ଅତିଥି ଗଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବୃଦ୍ଧି, ବିଜ୍ଞାନ ପ୍ରତି ରୁଚି ପାଇଁ ଉପଦେଶ ଦେବା ସହ ବିଜ୍ଞାନ କିପରି ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ପ୍ରଗତିରେ ସହାୟକ ହେଉଛି ଆଲୋକପାତ କରିଥିଲେ । ଏହି ଅବସରରେ ପଳସଦା, ବାଦିକଟା, ପାଇକମାଲ, ମିଠାପାଲି, କେର୍ମେଲାବାହାଲ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଚକ୍ରଧର ଅଜଗର, ରୁଷଭ ସାହୁ, ରଞ୍ଜନ ବାଗ, କେଦାର ରାଉତ, ମନୋରଞ୍ଜନ ପଟେଲ ପ୍ରମୁଖ ଯୋଗଦାନ କରି ବିଶେଷ ଭାବରେ ସହଯୋଗ କରିବା ସହ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ ଓ କାର୍ଯ୍ୟକ୍ରମର ପରିଚାଳନା ପାଇଁ ବିଶେଷ ଭାବରେ ସହଯୋଗ କରିଥିଲେ । ସଭା ଶେଷରେ ବମ୍ବରିତ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କାନ୍ତି ଲୁହାର ଧନ୍ୟବାଦ ଅର୍ପଣ କରିଥିଲେ ।