ପଦ୍ମପୁର, (ନିରୋଜ କୁମାର ପାଣୀ) : ୱିନର୍ ବ୍ରାଇଟ୍ ଫ୍ୟୁଚର ସ୍କୁଲ ପଦ୍ମପୁର ଦୁଇଦିନିଆ ବାର୍ଷିକ ଉତ୍ସବର ପ୍ରଥମ ଦିନ ଖୁଣ୍ଟପାଲି ସ୍ଥିତ ନୂଆ ସ୍କୁଲରେ ପାଳିତ ହୋଇଯାଇଛି । ଏଥିରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଓ ତାଙ୍କର ପତ୍ନୀ ଶ୍ରୀମତୀ ପ୍ରତିମା ପୁରୋହିତ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟ ଟ୍ରଷ୍ଟି ଶ୍ରୀମତୀ ସଂଯୁକ୍ତା ମିଶ୍ର, ଏକାଡେମିକ୍ ଡାଇରେକ୍ଟର ଡକ୍ଟର ରାକେଶ ସାହୁ, ଚେୟାରମେନ ଶ୍ରୀକାନ୍ତ ମିଶ୍ର, ଅଧ୍ୟକ୍ଷା ଅପାଳି ଅପରାଜିତା ଦାସ ସଭା ମଞ୍ଚରେ ଯୋଗଦେଇ ଉତ୍ସବର ମର୍ଯ୍ୟାଦା ବଢ଼ାଇଥିଲେ । ସ୍କୁଲର ଛାତ୍ରଛାତ୍ରୀମାନେ ବାଦ୍ୟର ତାଳେତାଳେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ସାଂସଦ ଦୀପ ପ୍ରଜ୍ୱଳିତ କରି ବାର୍ଷିକ ଉତ୍ସବର ଶୁଭାରମ୍ଭ କରିଥିଲେ । ଅଧ୍ୟକ୍ଷା ଶ୍ରୀମତି ଅପାଳି ଅପରାଜିତା ଦାସ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ସ୍ୱାଗତ ସଙ୍ଗୀତ ସହିତ ବିଭିନ୍ନ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନଙ୍କୁ ସାଂସଦ ପ୍ରଦୀପ ପୁରୋହିତଙ୍କ ହାତରୁ ପୁରସ୍କାର ବିତରଣ କରାଯାଇଥିଲା । ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ତାଙ୍କ ଉଜ୍ୱଳ ଭବିସ୍ୟତର ଅଗ୍ରଗତି ପାଇଁ ଉଦ୍ବୋଧନ ଦେଇଥିଲେ । ଉତ୍କୃଷ୍ଟ ଶିଶୁ ଶିକ୍ଷା’ର ଚିନ୍ତାଧାରାକୁ ଭିତ୍ତିକରି ବାର୍ଷିକ ଉତ୍ସବକୁ ଆଗକୁ ବଢ଼ାଇଥିଲେ । ବିଦ୍ୟାଳୟର ଏହି ଚିନ୍ତାଧାରାକୁ ଭିତ୍ତିକରି ବାର୍ଷିକ ଉତ୍ସବ ଆଗକୁ ବଢ଼ିଥିଲା । ବିଦ୍ୟାଳୟର ଏହି ଚିନ୍ତାଧାରାକୁ ନେଇ ସ୍କୁଲ ଓ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ଉତ୍କୃଷ୍ଟ ମାନର ଶିକ୍ଷା ସହିତ କିପରି ସେମାନଙ୍କର ସମ୍ପୂର୍ଣ୍ଣ ବିକାଶ ହୋଇପାରିବ ସେ ବିଷୟରେ ସ୍କୁଲର ଏକାଡେମିକ୍ ଡାଇରେକ୍ଟର ଏବଂ ଶିକ୍ଷକମାନେ ତାର ବିବରଣୀ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ତରଫରୁ ବିଭିନ୍ନ ପ୍ରକାର ଉଚ୍ଚକୋଟୀର ନାଚ, ଗୀତ, ଡ୍ରାମା ମାନ ଉପସ୍ଥାପନ କରାଯାଇଥିଲା । ରାକ୍ଷସ ମାନଙ୍କ କବଳରୁ ଦେବତା ଓ ପୃଥିବୀବାସୀଙ୍କୁ ରକ୍ଷା କରିବା ପାଇଁ ଅତି ସୁନ୍ଦର ଭାବରେ ମା’ କାଳୀଙ୍କ ଚରିତ୍ରକୁ ପିଲାମାନେ ନାଟକୀୟ ରୂପରେ ତାହା ଉପସ୍ଥାପନ କରିଛନ୍ତି । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗ ମହତ୍ୱପୂର୍ଣ୍ଣ ଥିଲା । କାର୍ଯ୍ୟକ୍ରମର ଶେଷରେ କୋଡିନେଟର ଶ୍ରୀମତି ନିବେଦିତା ଦାଶ ସମସ୍ତ ଅଭିଭାବକ ଏବଂ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣକରି ସଭାକାର୍ଯ୍ୟ ଶେଷ ହୋଇଥିଲା ।