csstore

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରେଡ୍‌କ୍ରସ୍‌ ବିଭାଗ ତରଫରୁ ରକ୍ତଦାନ ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଯୁବ ରେଡ୍‌କ୍ରସ୍‌ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରକୁ ବଙ୍ଗୋମୁଣ୍ଡା ବ୍ଲକର ବିଡ଼ିଓ ଶଙ୍କର୍ଷଣ ବେହେରା, ବଙ୍ଗୋମୁଣ୍ଡା ଆଇଆଇସି ସଂଜୀବ ପ୍ରଧାନ ଯୋଗଦେଇ ଉଦ୍‌ଘାଟନ କରିଥିଲେ । କଣ୍ଟାବାଞ୍ଜି ବ୍ଲଡ ବ୍ୟାଙ୍କର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମଟିରେ ରକ୍ତ ସଂଗ୍ରହ କରିବା ସହିତ ୨୩ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ଅଧ୍ୟକ୍ଷ ଗରୁଡ଼ଧ୍ୱଜ ବେହେରା, ଅଧ୍ୟାପକ ନରୋତ୍ତମ ପଣ୍ଡା, ରଶ୍ମିରଂଜନ ସ୍ୱାଇଁ, ଦୁର୍ଗା ପ୍ରସାଦ ସରାଫ, ସୁମନ୍ତ ନାଗ, ସାଗର ରଂଜନ ରଥ, ଖଗେଶ୍ୱର ବେହେରା, ହେମନ୍ତ ପଧାନ, ପବନ ସାହୁ, ସୁଧାଂଶୁ ପଟେଲ, ରିଖିରାମ ପଟେଲ, ଭୂଷଣ ଚନ୍ଦ୍ର ବେହେରା, ଅଫିସ ସହାୟିକା କଳ୍ପନା ମେହେର ପ୍ରମୁଖ ଅଂଶ ଗ୍ରହଣ କରିଥିଲଲେ । ରକ୍ତଦାନ ଶିବିରରେ ଯୁବ ରେଡ୍‌କ୍ରସ୍‌ ବିଭାଗର ସଂଯୋଜକ ରଶ୍ମିରଂଜନ ସ୍ୱାଇଁ ପରିଚାଳନା କରିବା ସହ ସ୍ୱେଚ୍ଛାସେବୀ ମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.