jayashree

ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗରେ ୨ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ନଭେମ୍ବର ୫ ଓ ୬, ୨୦୨୪ରେ ନବାଗତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଦୁଇ ଦିନିଆ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ସ୍ନାତ୍ତକୋତ୍ତର ପାଠ୍ୟକ୍ରମ ଓ ପରୀକ୍ଷା ଶୈଳୀ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଯିବା ସହ ବିଭାଗର ଐତିହ, ପରମ୍ପରା, ପୁରାତନ ଛାତ୍ରଛାତ୍ରୀଙ୍କ କୃତିତ୍ୱ, ବିଶ୍ୱ ବିଦ୍ୟାଳୟର ନିୟମ ଓ ସୁବିଧା ଉପରେ ବିଭାଗର ଅଧ୍ୟାପକ ଓ ଅଧ୍ୟପିକାଙ୍କ ଦ୍ଵାରା ଆଲୋକପାତ କରାଯାଇଥିଲା । ଏହାପରେ ଛାତ୍ର ଜୀବନରେ ଆଧ୍ୟାମ୍ଭିକତା, ସମାୟାନୁବର୍ଷିତା, ପାଠାଗାରର ସଦୁପଯୋଗ, ମାନସିକ ଚାପର ନୀୟତ୍ରଣ, ଦକ୍ଷତା ଓ ଛାତ୍ର ଜୀବନର ଲକ୍ଷ ନିରୁପଣ ଆଦି ବିଷୟ ଉପରେ ଗୋଟିଏ ଗୋଟିଏ ଅଧିବେଶନ କରାଯାଇଥିଲା । ବିଭାଗର ପୂର୍ବତନ ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର, ଅଙ୍କୁଶପୁର ଇସ୍କନର ନିର୍ଦ୍ଦେଶକ ହରିପ୍ରସାଦ ଦାସ, ଟାଟା ଷ୍ଟିଲ ପ୍ରବନ୍ଧକ ଅଶୋକ କୁମାର ରୟ, ବିଶ୍ଵ ବିଦ୍ୟାଳୟର ସହକାରୀ ପାଠାଗାର ଅଭିମନ୍ୟୁ ପ୍ରଧାନ ଆଦି ଅତିଥି ରୂପେ ଯୋଗ ଦେଇଥିଲେ । ବାଣିଜ୍ୟ ବିଭାଗର ସଂଯୋଜକ ଶକ୍ତିରଂଜନ ଦାଶଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଥିଲା ଓ ବିଭାଗର ସହକାରୀ ଅଧ୍ୟାପକ ଡଃ. ମହେଶ୍ୱର ସେଠି, ଡଃ. ଚନ୍ଦ୍ରିକା ପ୍ରସାଦ ଦାସ, ଡଃ. ଜୀନତା ପଟ୍ଟନାୟକ, ନିତ୍ୟରଞ୍ଜନ ତ୍ରିପାଠୀ ଏହାକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଉଦ୍‌ଯାପନୀ ସଭାରେ ନବାଗତ ଛାତ୍ରଛାତ୍ରୀଙ୍କର ଏହି କାର୍ଯ୍ୟକ୍ରମ ଉପରେ ମତାମତ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଶ୍ଵ ବିଦ୍ୟାଳୟରର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ସ୍ନାତ୍ତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ପ୍ରେରଣାରେ ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.