jayashree

ବୈଜ୍ଞାନିକ ମନୋଭାବ ବିକାଶର ମାଧ୍ୟମ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ସର୍ଗୁଲରେ ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ଡୁଙ୍ଗୁରିପାଲି ବ୍ଲକ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ସାହାଣୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ପଞ୍ଚାନନ ବାରିକ ସଭା ପରିଚାଳନା କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନ, ଡୁଙ୍ଗୁରିପାଲି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବଯାନୀ ବେହେରା, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା, ବଟକୃଷ୍ଣ ପାଢ଼ୀ, ଜଗତ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସାହୁ, ବନ୍ଧପାଲି ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରତିନିଧି ବନବସ ଭୋଇ, ସର୍ଗୁଲ ସିଆରସିସି ନୀଳକଣ୍ଠ ନାୟକ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ବୈଜ୍ଞାନିକ ମନୋବୃତ୍ତିର ବିକାଶ ପାଇଁ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ଅତିଥିଙ୍କୁ ସ୍ୱାଗତ କରିବା ପରେ ସ୍ୱାଗତ ସଂଗୀତ ଗାନ କରିଥିଲେ । ବିଜ୍ଞାନ ଶିକ୍ଷକ ମୀନକେତନ ମେହେର, ପ୍ରିୟରଞ୍ଜନ ଭୋଇ, ମନୋଜ କୁମାର ପଧାନ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ସମୁଦାୟ ୧୧୩ଟି ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ଶିଶୁ ବୈଜ୍ଞାନିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଶିକ୍ଷକ ଶ୍ରୀକୁମାର ପଟେଲଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଶ କିଷାନ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ଶ୍ରୀରାମ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ଃ. ଯୋଗେଶ ରାଉତ, ସର୍ଗୁଲ ଗ୍ରାମ ପଂଚାୟତ ସମିତି ସଭ୍ୟ ପୁରନ୍ଦର ସାହୁ, ବ୍ଲକ ବିଜ୍ଞାନ କମିଟି ସଭାପତି ତଥା ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବୈଶାଖୁ ପଧାନ, ଆଗାମୀ ବର୍ଷ ବିଜ୍ଞାନ ମେଳା ହେବାକୁ ଥିବା କନ୍ଦାଗାଡ଼ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ବାରିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ସାହୁ ଏବଂ ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ସାହାଣୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ବିଭିନ୍ନ ବିଷୟରେ ପ୍ରଥମ ୭ଟି ସ୍ଥାନରେ ସ୍ଥାନିତ ହୋଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡାର ବିଶ୍ୱଭୂଷଣ ପାଣ୍ଡିଆ, ବଡ଼କରଲେ ଉଚ୍ଚ ବିଦ୍ୟାଳୟର ପ୍ରିୟାଂଶି ପଧାନ, ତମାମୁରା ଗୋପାଳଜୀ ଉଚ୍ଚ ବିଦ୍ୟାଳୟର ଚନ୍ଦ୍ରିକା ପଧାନ, ସହଲା ଆଦିବାସୀ ପଂଚାୟତ ଉଚ୍ଚ ବିଦ୍ୟାଳୟର ଲକି ମେହେର, ରାମପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ରୁପ୍ସା ପଧାନ, ସାହାଜ ବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଭା ସାହୁ, ଓଡିଶା ଆଦର୍ଶ ବିଦ୍ୟାଳୟ ଫଟାମୁଣ୍ଡାର ଅଖିଳେଶ ଭୋଇଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା ଓ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ସ୍ଥାନୀୟ ବିଜ୍ଞାନ ଶିକ୍ଷକ ସୋମନାଥ ହାତୀ ଧନ୍ୟବାଦ ଅର୍ପଣ କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ମେଡ଼ିଆ, ସମସ୍ତ ୧୫ଟି କ୍ଲଷ୍ଟରର ସିଆରସିସି, ବିଜ୍ଞାନପ୍ରେମୀ ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ସ୍କାଉଟ ଗାଇଡ଼, ରେଡ଼କ୍ରସ, ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ସର୍ଗୁଲ ଗ୍ରାମବାସୀଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମଟି ଅତ୍ୟନ୍ତ ସୁବ୍ୟବସ୍ଥିତ ଢଙ୍ଗରେ ସମାପନ ହୋଇଥିଲା ।

Leave A Reply

Your email address will not be published.