oom

ପାଇକମାଲରେ ଅବସର ପ୍ରାପ୍ତ ବିଦ୍ୟୁତ୍‌ କର୍ମଚାରୀ ମାନଙ୍କ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଗ୍ରୀଡ୍‌ ସବ୍‌ଷ୍ଟେସନ୍‌ ପରିସରରେ ପେନ୍‌ସନ୍‌ ଭୁକ୍ତ ୱେସ୍କୋ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ଏକ ବୈଠକ ଭରତ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବଡ ଶତପଥି ଯୋଗଦେଇ ସମସ୍ତ ପେନ୍‌ସନ୍‌ ଭୁକ୍ତ କର୍ମଚାରୀ ମାନଙ୍କୁ ପ୍ରଥମେ ନୂଆଁଖାଇ ଜୁହାର କରି ସେମାନେ କିପରି ଜୀବନଯାପନ କରୁଛନ୍ତି, ପୁଅ, ବୋହୂମାନେ ଠିକ୍‌ ଭାବରେ ପଚାରୁଛନ୍ତି ନା ନାହିଁ ବୋଲି ପଚାରିବା ସହ ଆପଣମାନେ ବାକିତକ ଜୀବନ ଆନନ୍ଦରେ ଭଗବାନଙ୍କ ନାମ ଧରି ପରିବାରରେ ସମସ୍ତଙ୍କ ତଥା ପଡୋଶୀ ମାନଙ୍କ ସହ ମିଳିମିଶି ଚଳିବା ପାଇଁ ଅନୁରୋଧ କରିଥିଲେ । ପ୍ରତି ବର୍ଷ ଅବସର ପ୍ରାପ୍ତ କର୍ମଚାରୀ ତଥା ପେନ୍‌ସନ୍‌ ଭୁକ୍ତ କର୍ମଚାରୀ ମାନଙ୍କୁ ପଦ୍ମପୁର ଲାଇଭ୍‌ ସାଟିଫିକେଟ ପାଇଁ ଯିବାକୁ ପଡୁଥିଲା, ତେଣୁ ବରଗଡ ଟାଟା ପାୱାର ଏକଜିକ୍ୟୁଟିଭ୍‌ ଇଞ୍ଜିନିଅର ଅନୁପମ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଡିଡିଓ ଗୁଣମଣି ଖମାରି, ଅବିନାଶ ଚୌଧୁରୀ, ସତ୍ୟବ୍ରତ ମହାରଣା ଓ ଧନଞ୍ଜୟ ପ୍ରଧାନ ପାଇକମାଲ ଆସି ପେନ୍‌ସନ୍‌ ଭୁକ୍ତ କର୍ମଚାରୀ ୪୦ ଜଣଙ୍କ ଲାଇଭ୍‌ ସାର୍ଟିଫିକେଟ ଶୁକ୍ରବାର କରିଦେଇ ଥିବାରୁ ବୈଠକରେ ସମସ୍ତେ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିଅର ଶ୍ରୀ ଦାସଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଥିବା ୮୪ ବର୍ଷୀୟ ଧରମ ତାଣ୍ଡିଙ୍କୁ ସ୍ୱାଗତ କରା ଯାଇଥିଲା, ଆଦିକନ୍ଦ ସାମଲ, ଭରତ ରଣା ପ୍ରମୁଖ ଉପସ୍ଥିତ ଥିବାବେଳେ ଶେଷରେ ଗାନ୍ଧୀ ବାଗ ଧନ୍ୟବାଦ ଦେଇ ଥିଲେ ।

jittmm
Leave A Reply

Your email address will not be published.