oom

ସୁଜିତ କୁମାର ଶତପଥିଙ୍କୁ ବ୍ରହ୍ମପୁର ମହାନଗର ‘ପୁସ୍ତକମେଳା ଯୁବ ପ୍ରତିଭା ସମ୍ମାନ – ୨୦୨୪ ’

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଯୁବକବି ସୁଜିତ୍‌ କୁମାର ଶତପଥିଙ୍କୁ ବ୍ରହ୍ମପୁର ମହାନଗର ‘ପୁସ୍ତକମେଳା ଯୁବ ପ୍ରତିଭା ସମ୍ମାନ – ୨୦୨୪ ’ ପ୍ରଦାନ କରାଯାଇଛି । ଖଲ୍ଲିକୋଟ ମହାବିଦ୍ୟାଳୟ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ଏକାଦଶ ବ୍ରହ୍ମପୁର ମହାନଗର ପୁସ୍ତକମେଳା ଅବସରରେ କବିତା ରଚନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଶତପଥିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପୁସ୍ତକମେଳାର ସଭାପତି କବି ସୁଶାନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବିଶିଷ୍ଟ କବି ରକ୍ଷକ ନାୟକ, ଗାଳ୍ପିକ ଡଃ. ଅରବିନ୍ଦ ରାୟ, ଡଃ. ବନମାଳୀ ପାଣିଗ୍ରାହୀ, ଡଃ. ଶ୍ୟାମାପ୍ରସାଦ ମିଶ୍ର, ଯାମିନୀକାନ୍ତ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ଶତପଥିଙ୍କୁ ମାନପତ୍ର, ଫଳକ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପୁସ୍ତକମେଳାର ସଂପାଦକ ଅଜିତ ସାବତ ଓ ଉପସଭାପତି ଡଲି ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଇଚ୍ଛାଭାଟି, ଚତୁର୍ଥ ପୁରୁଷ, ଶବ୍ବରେ ଶବ୍ଦରେ, ଛୁଟି ଦେବା ସମୟକୁ, ଦୀପ୍ତି ଓ ଦିଗନ୍ତ, ନୁରା ଏବଂ ଅନାମିତ ରହୁ କିଛି ପରି ପୁସ୍ତକର ସଫଳ ସ୍ରଷ୍ଟା ଶ୍ରୀ ଶତପଥି ସାହିତ୍ୟ ସାଧନା ପାଇଁ ଅନେକ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ସାଲେଭଟା ଗ୍ରାମ ନିବାସୀ ସୁଜିତ ସଂପ୍ରତି ପଲ୍ଲିଶ୍ରୀ ନୋଡାଲ ଉଚ୍ଚବିଦ୍ୟାଳୟ ଡୁଡୁକାରେ ଶିକ୍ଷକତା କରୁଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.