oom

ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର -ବରଗଡ଼ ୱେ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଏବିଇଓ କାର୍ତ୍ତିକ ବାଗ ଯୋଗଦେଇ ଶିଶୁ ବୈଜ୍ଞାନିକ ମାନଙ୍କ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିଥିଲେ । ଏହି ଅବସରରେ ଶିଶୁ ବୈଜ୍ଞାନିକ ମାନଙ୍କ ପକ୍ଷରୁ ସିନିୟର୍ ବିଭାଗରୁ ୩ ଗୋଟି, ଜୁନିୟର ବିଭାଗରେ ୭ ଗୋଟି, ସବ୍ ଜୁନିୟର ୭ ଗୋଟି ସର୍ବ ମୋଟ୍‌ ୧୭ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇ ପ୍ରତି ବିଭାଗରୁ ପର୍ଯ୍ୟାୟ କ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ସିନିୟର୍ ବିଭାଗରୁ ସ୍ନେହାରାଣୀ ପ୍ରଧାନ, ଆଲିସା ପ୍ରଧାନ, ରୀନା ମହାନନ୍ଦ, ଜୁନିୟର ବିଭାଗରୁ ଆଲିଶା ମିଶ୍ର, ସନ୍ଧ୍ୟାରାଣୀ ଦାଶ, ସୋମା ପରୱିନ୍ ଓ ସବ୍ ଜୁନିୟର ବିଭାଗରୁ ସୁନିତା ପରୱିନ୍, ଜିଜ୍ଞାସା ସାହୁ, ସାଏନା ପରୱିନ୍ ବିଦ୍ୟାଳୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ବେଳେ ଏଥି ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନେ ଆଗାମୀ ବ୍ଲକସ୍ତରୀୟ ବିଜ୍ଞାନ ମେଳାକୁ ଯିବା ପାଇଁ ମନୋନୀତ ହୋଇଛନ୍ତି । ବିଜ୍ଞାନ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଦୀପାଞ୍ଜଳି ବେହେରା, ଅଂଶୁୁମାଲା ମିଶ୍ର, ମଞ୍ଜୁବାଲା ଦାଶ, ରିଙ୍କି ସାହୁ, ଇଲା ବୁଡେକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, କର୍ମଚାରୀ ପ୍ରମୁଖଙ୍କ ସକ୍ରିୟ ସହଯୋଗ ରହିଥିଲା ।

jittmm
Leave A Reply

Your email address will not be published.