ବୁର୍ଡା ଲକ୍ଷ୍ମୀପାଲି ଗାଁକୁ ସ୍ଥାୟୀ ରାସ୍ତା ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ତହସିଲ ଅଧୀନସ୍ଥ ଡେଙ୍ଗ ପଞ୍ଚାୟତ ସ୍ଥିତ ବୁର୍ଡା ଲକ୍ଷ୍ମୀପାଲି ଗାଁକୁ ସ୍ଥାୟୀ ପକ୍କା ରାସ୍ତା ଖଣ୍ଡିଏ ନଥିବା ଦ୍ୱାରା ଅଞ୍ଚଳବାସୀ ତରଫରୁ ବାରମ୍ବାର ପ୍ରଶାସନ ଅଧିକାରୀଙ୍କୁ ଗୁହାରୀ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଯାହା ଫଳରେ ଡେଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଟିକେଶ୍ୱର ସାହୁଙ୍କ ନେତୃତ୍ୱରେ ସଇଁତଲା ତହସିଲଦାର ଆଶିଷ ଏକ୍କାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଏହି ଲକ୍ଷ୍ମୀପାଲି ଗାଁକୁ ସ୍ୱାଧୀନତାର ୭୫ ବର୍ଷ ବିତିଗଲା ସତ୍ତ୍ୱେ ଏବେ ବି ଲୋକେ ତାଙ୍କର ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏହି ଗାଁରେ ୧ ଗୋଟିଏ ୱର୍ଡ ରହିଥିବା ବେଳେ ୨୬୦ରୁ ଅଧିକ ଜନସଂଖ୍ୟା ବାସ କରୁଛନ୍ତି । ଏହା ସହିତ ଗାଁକୁ ସରକାରଙ୍କ ତରଫରୁ ଗୋଟିଏ ଅଙ୍ଗନୱାଡି ଗୃହ ଓ ଏକ ମଣ୍ଡପ ନିର୍ମାଣ ପାଇଁ ଅନୁଦାନ ମଧ୍ୟ ଆସିଥିବା ବେଳେ ସରକାରୀ ଜାଗା ନଥିବାରୁ ଠପ ହୋଇ ପଡିରହିଛି । ଏ ସମସ୍ୟା ନେଇ ଗ୍ରାମବାସୀ ଅଭିଯୋଗ କରି ଆସୁଥିବା ବେଳେ କେହି ଶୁଣୁ ନାହାନ୍ତି ବୋଲି ଅଞ୍ଚଳବାସୀ କ୍ଷୋଭ ସହ ପ୍ରକାଶ କରିଛନ୍ତି । ଉକ୍ତ ସମସ୍ୟା ନେଇ ଗ୍ରାମବାସୀ ତହସିଲଦାରଙ୍କୁ ଦାବି ଦେବା ପରେ ଆର୍‌ଆଇଙ୍କୁ ତୁରନ୍ତ ଡିମାର୍‌କେସନ କରି ଜାଗା ଚିହ୍ନଟ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ସମୟରେ ରାଜୁ ଖମାରୀ, ପୂର୍ଣ୍ଣ ଭୋଇ, ମଦନ ଭୋଇ, ଦେବାଶିଷ ଖମାରୀ, ଲମ୍ବୋଦର ଖମାର, ମୁକେଶ କର୍ମୀ ମାନସ ଖମାରୀ, ଜଗଦୀଶ ଖମାରୀ, ପ୍ରମୋଦ ଖମାରୀ, ସୋନୁ ଭୋଇଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.